ବାୟୁ ପ୍ରଦୂଷଣରେ ପ୍ରତିବର୍ଷ ଯିବ ୧୫ ଲକ୍ଷ ଲୋକଙ୍କ ଜୀବନ

ଟରଣ୍ଟୋ,୧୦ା୧୧: ବାୟୁ ପ୍ରଦୂଷଣ ସମଗ୍ର ବିଶ୍ୱରେ ଲୋକଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ଏକ ଅଧ୍ୟୟନ ଅନୁଯାୟୀ, ପ୍ରତିବର୍ଷ ବିଶ୍ୱରେ ୧୫ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ଘଟିବ। ଏଥିପାଇଁ ବାୟୁ ପ୍ରଦୂଷଣ ଦାୟୀ ହୋଇପାରେ। ଅଧ୍ୟୟନରୁ ଜଣାପଡ଼ିଛି, ବାୟୁ ପ୍ରଦୂଷଣର ମାତ୍ରା ପୂର୍ବ ଚିନ୍ତା ଅପେକ୍ଷା ଅଧିକ ବିପଜ୍ଜନକ ଅଟେ।

କାନାଡାର ମେକାଗିଲ ବିଶ୍ୱବିଦ୍ୟାଳୟ ଆସୋସିଏଟ୍‌ ପ୍ରଫେସର ସ୍କଟ୍‌ ଓ୍ବିଞ୍ଚେଲଥାଲ କହିଛନ୍ତି, ବାର୍ଷିକ ବିଶ୍ୱର ମୃତ୍ୟୁହାର ପୂର୍ବଠାରୁ ବହୁତ ଅଧିକ। ଏହାର କାରଣ ହେଉଛି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି, ପିଏମ୍‌-୨.୫ ଏହା ଏକ ମାଇକ୍ରୋସ୍କୋପିକ୍‌ ବିଷାକ୍ତ ପଦାର୍ଥ ଯାହାକି ବିଭିନ୍ନ ପ୍ରକାରର ହୃଦ୍‌ରୋଗ, ଶ୍ୱାସକ୍ରିୟା ଜନିତ ରୋଗ ଏବଂ କର୍କଟ ରୋଗ ସୃଷ୍ଟି କରିଥାଏ।

 

Share