Categories: ଜାତୀୟ

ଯୁବକଙ୍କ ମଳଦ୍ୱାରରେ ଏୟାର ପ୍ରେସର ଦେଲେ ବନ୍ଧୁ: ଅବସ୍ଥା ହେଲା ଗୁରୁତର

ଭୋପାଳ,୧୬।୧: ବନ୍ଧୁଙ୍କ ମଧ୍ୟରେ ଥଟ୍ଟା ମଜା ହେବା ସାଧାରଣ କଥା। ମାତ୍ର ଏହି ଥଟ୍ଟା ମଜାରୁ ମଧ୍ୟପ୍ରଦେଶରେ ଜଣେ ଯୁବକ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କଟନି ଜିଲାର ମାଧବ ନଗର ସ୍ଥିତ ଏକ ଡାଲି ମିଲ୍‌ରେ ସୁଖରାମ ଯାଦବ ଏବଂ ବିନୋଦ ଠାକୁର କାମ କରୁଥିଲେ। ସୁଖରାମ ଶ୍ରମିକ ଭାବେ କାମ କରୁଥିବାବେଳେ ବିନୋଦ ମେସିନ ଅପରେଟର ଭାବେ କାମ କରୁଥିଲେ। ସୁଖରାମ ପୋଷାକ ପିନ୍ଧୁଥିବାବେଳେ ବିନୋଦ ଥଟ୍ଟାରେ ତାଙ୍କ ମଳଦ୍ୱାରରେ ଡାଲି ସୁଖାଇବା ପାଇଁ ବ୍ୟବହୃତ ହେଉଥିବା ଏୟାର କମ୍ବ୍ରେସର ନୋଜଲ୍‌ ଭର୍ତ୍ତି କରିଦେଇଥିଲେ। ଫଳରେ ସୁଖରାମଙ୍କ ପେଟକୁ ପବନ ଚାଲିଯାଇ ଥିଲା। ସେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ଚିକିତ୍ସା ଲାଗି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିନୋଦଙ୍କୁ ଗିରଫ କରିଛି। ଘଟଣାର ତଦନ୍ତ ଜାରି ରହିଛି।

Share