Categories: ଜାତୀୟ

ଏମିତି ପ୍ରଦୂଷଣ ବଢିଲେ କମ ହେବ ଜୀବନର ୫.୩ ବର୍ଷ ଆୟୁଷ! ନୂଆ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୩୧।୮: ସାରା ବିଶ୍ୱରେ ଏବେ ପ୍ରଦୂଷଣ ଏକ ଜ୍ୱଳନ୍ତ ପ୍ରସଙ୍ଗ। ଏଡାଦ୍ୱାରା ଲୋକଙ୍କ ଜୀବନ ବହୁ ପରିମାଣରେ ପ୍ରଭାବିତ ହେଉଛି। ସିକାଗୋ ବିଶ୍ୱିଦ୍ୟାଳୟର ଏକ ରିପୋର୍ଟରେ କୁହାଯାଇଛି କି ବାୟୁ ପ୍ରଦୂଷଣ ଦକ୍ଷିଣ ଏସିଆରେ ରହୁଥିବା ଲୋକଙ୍କ ଜୀବନରେ ୫.୧ ବର୍ଷ ପର୍ଯ୍ୟନ୍ତ ଆୟୁଷ କମ କରି ଦେଉଛି।
ରିପୋର୍ଟରେ କୁହାଯାଇଛି ଯେ ୨୦୧୩ ପରଠାରୁ ବିଶ୍ୱ ପ୍ରଦୂଷଣର ପ୍ରାୟ ୫୯ପ୍ରତିଶତ ବୃଦ୍ଧି କେବଳ ଭାରତରୁ ଆସିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଏହି ପରିସ୍ଥିତି ସବୁଠାରୁ ବିପଜ୍ଜନକ ଅଟେ।

ନିକଟରେ, ‘ଏୟାର କ୍ୱାଲିଟି ଅଫ ଲାଇଫ ଇଣ୍ଡେକ୍ସ (AQLI) ବାର୍ଷିକ ଅପଡେଟ ୨୦୨୩ ପ୍ରକାଶିତ କରାଯାଇଛି। ଏହା ସିକାଗୋ ବିଶ୍ୱବିଦ୍ୟାଳୟର ଶକ୍ତି ନୀତି ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ହୋଇଥିଲା। ଆୟୁଷ ଉପରେ କଣିକା ପ୍ରଦୂଷଣର ପ୍ରଭାବ AQLI ମାପ କରେ। ସାମ୍ପ୍ରତିକ ରିପୋର୍ଟରେ ୨୦୨୧ପାଇଁ କଣିକା ପଦାର୍ଥ ତଥ୍ୟ ବିଶ୍ଳେଷଣ କରାଯାଇଥିଲା।
AQLI ତଥ୍ୟ ଦର୍ଶାଉଛି ଯେ ବିଶ୍ୱର ଚାରିଟି ପ୍ରଦୂଷିତ ଦେଶ ଦକ୍ଷିଣ ଏସିଆର, ଯେଉଁଠାରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ବାସ କରନ୍ତି। ଯଦି ପ୍ରଦୂଷଣ ସ୍ତର ଜାରି ରହେ, ତେବେ ଭାରତ, ବାଂଲାଦେଶ, ନେପାଳ ଏବଂ ପାକିସ୍ଥାନର ଲୋକଙ୍କ ହାରାହାରି ଆୟୁଷ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ହ୍ରାସ ହୋଇପାରେ।
ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୩ରୁ ବିଶ୍ୱରେ ପ୍ରଦୂଷଣର ପ୍ରାୟ ୫୯ ପ୍ରତିଶତ କେବଳ ଭାରତରୁ ଆସିଛି। ପିଏମ ୨.୫ତଥ୍ୟ ଅନୁଯାୟୀ, ଭାରତରେ ପ୍ରଦୂଷଣ ୨୦୨୦ରେ ୫୬.୨ୟୁଜି/ଏମ୩ରୁ ୨୦୨୧ରେ ୫୮.୭ୟୁଜି/ଏମ୩କୁ ବୃଦ୍ଧି ପାଇଛି ଯାହା ଡବ୍ଲୁଏଚଓ ଗାଇଡଲାଇନ ଠାରୁ ୧୦ଗୁଣ ଅଧିକ। ଯଦି ଡବ୍ଲୁଏଚଓର ନିର୍ଦ୍ଦେଶାବଳୀ ପାଳନ କରାଯାଏ ନାହିଁ, ତେବେ ଦେଶବାସୀଙ୍କ ହାରାହାରି ଆୟୁ ୫.୩ ବର୍ଷ ହ୍ରାସ ପାଇବ।

Share