Categories: ଜାତୀୟ

ଦୀପାବଳି ପୂର୍ବରୁ ଚିନ୍ତାରେ ପକାଇଲାଣି ରାଜଧାନୀର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୧୫।୧୦:  ରାଜଧାନୀରେ ପାଣିପାଗର ପରିବର୍ତ୍ତନ ସହିତ କେତେକ ଅଞ୍ଚଳରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ବର୍ଗରେ ପହଞ୍ଚିିଛି। ନଡ଼ା ଜଳିବା ଏବଂ ଅନ୍ୟାନ୍ୟ କାରଣରୁ ପଡୋଶୀ ରାଜ୍ୟରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ରବିବାର ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୧୪ ରେକର୍ଡ କରାଯାଇଛି, ଯାହା ବିପଜ୍ଜନକ ବର୍ଗରେ ଅଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ମୁଣ୍ଡକାରେ ସୂଚକାଙ୍କ ୩୯୫ ଥିଲା, ଯାହା ଅତ୍ୟନ୍ତ ଖରାପ ବର୍ଗ ଅଟେ। ଶନିବାର ଅପେକ୍ଷା ଏହା ପାଞ୍ଚ ସୂଚକାଙ୍କ ଅଧିକ।

ଏୟାର କ୍ୱାଲିଟି ଇଣ୍ଡେକ୍ସ ଏନଏସଆଇଟି ଦ୍ୱାରକାରେ ୩୧୭, ୱାଜିରପୁରରେ ୩୧୦ ଏବଂ ଆନନ୍ଦ ବିହାରରେ ୩୩୫ ରେକର୍ଡ କରାଯାଇଥିଲା। ଗ୍ରେଡ ରେସପନ୍ସ ଆକ୍ସନ ପ୍ଲାନ (ଜିଆରଇପି) ର ପ୍ରଥମ ପର୍ଯ୍ୟାୟର ପ୍ରତିବନ୍ଧକ ଦିଲ୍ଲୀରେ ଲାଗୁ ହୋଇଛି। ବାୟୁ ପ୍ରଦୂଷଣର ସମସ୍ୟା ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ, ଯଦି ଦିଲ୍ଲୀର ଏୟାର କ୍ୱାଲିଟଇ ଇଣ୍ଡେକ୍ସ ୩୦୦ ଅତିକ୍ରମ କରେ, ତେବେ ଦିଲ୍ଲୀରେ ଜିଆରପିର ଦୁଇଟି ପର୍ଯ୍ୟାୟ ନିୟମ ଲାଗୁ ହୋଇପାରେ।

Share