ଭୁବନେଶ୍ୱର,୧୪ା୧୧: ରାଜ୍ୟକୁ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ସରକାର ନୂଆ ପଦକ୍ଷେପ ନେଉଛନ୍ତି। ରାଜଧାନୀ ଭୁବନେଶ୍ୱରରୁ ଦେଶର ଅନେକ ସହରକୁ ବିମାନ ସେବା ମିଳୁଥିଲା ବେଳେ ଏବେ ଆଉ କିଛି ସହର ଏହି ତାଲିକାରେ ଯୋଡିହେବେ।
ଏହିକ୍ରମରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌ ଏବଂ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଯାହା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ।