Advertisement

ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌: ୬ ତାଲିବାନ୍‌ ଆତଙ୍କବାଦୀ ମୃତ

କାବୁଲ,୨୪।୧୧: ଆଫଗାନିସ୍ତାନର ଉତ୍ତର ବଲଖା ପ୍ରଦେଶରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୬ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ରୁ ଅଧିକ ଆତଙ୍କବାଦୀ ଆହତ ହୋଇଥିବା ଆଫଗାନିସ୍ତାନ ଏୟାର ଫୋର୍ସ ପକ୍ଷରୁ କୁହାଯାଇଛି। ଜାରି ଜିଲାରେ ଥିବା ତାଲିବାନ ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରେ ଶିବିର ଧ୍ୱଂସ ହେବା ସହିତ ତାଲିବାନ୍‌ର କଣ୍ଟ୍ରୋଲ ଏବଂ କମାଣ୍ଡ ସେଣ୍ଟର ଭାଙ୍ଗିରୁଜି ଯାଇଛି। ସୂଚନାଯୋଗ୍ୟ, ଆଫଗାନିସ୍ତାନ ସୈନ୍ୟ ବାହିନୀ ଏବଂ ତାଲିବାନ୍‌ ଆତଙ୍କବାଦୀ ସଂଗଠନ ମଧ୍ୟରେ ପ୍ରାୟ ପ୍ରତିଦିନ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେଉଛି। ଏଥିରେ ବହୁ ସାଧାରଣ ଲୋକ ମୃତାହତ ହେଉଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ଲାଗି ରହିଥିବା ଗୃହଯୁଦ୍ଧ ଯୋଗୁ ବହୁ ଲୋକ ଦେଶଛାଡ଼ି ବିଦେଶରେ ଶରଣ ନେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share