ସୁଦାନରେ ଏୟାର ଷ୍ଟ୍ରାଇକ୍‌, ୫ ପିଲାଙ୍କ ସମେତ ୧୭ ମୃତ

ଖାର୍ତୁମ,୧୭ା୬: ସୁଦାନର ରାଜଧାନୀ ଖାର୍ତୁମର ଦକ୍ଷିଣ ଭାଗରେ ଶନିବାର ଏୟାର ଷ୍ଟ୍ରାଇକ୍‌ ହୋଇଛି। ଫଳରେ ୫ ପିଲାଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି।

ସୁଦାନ ରାଜଧାନୀର ସ୍ବାସ୍ଥ୍ୟ ବିଭାଗ ଫେସ୍‌ବୁକ୍‌ରେ ଏକ ପୋଷ୍ଟ ଶେୟାର କରିଛି। ଏଥିରେ କ୍ୟାପଶନ ଲେଖାଅଛି, ଶନିବାର ୟର୍ମୋକ୍‌ ଜିଲାର ଏକ ଏୟାର ଷ୍ଟ୍ରାଇକ୍‌ରେ ୫ ପିଲାଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ଟି ଘର ନଷ୍ଟ ହୋଇଯାଇଛି।

Share