ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍‌ କଲା ଋଷିଆ, ୭ଗୁରୁତର ଆହତ

କିଭ୍‌,୨୪।୮: ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କର ଜୀବନ ଗଲାଣି। ସଦ୍ୟତମ ମିଳିଥିବ ରିପୋର୍ଟ ଅନୁଯାୟୀ, ଋଷିଆ ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍‌ କରିଛି।

ନେପ୍ରୋପୋଟେସ ଅଞ୍ଚଳର ଗଭର୍ନର ସେରହି ଲିସାକ କହିଛନ୍ତି, ୟୁକ୍ରେନର ଡନିପ୍ରୋ ସହରରେ ସକାଳୁ ସକାଳୁ ଋଷିଆ ମିଶାଇଲ ମାଡ କରିଛି। ଯେଉଁଥିରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ତିନି ଜଣ ପୁରୁଷ ଏବଂ ଚାରିଜଣ ମହିଳା ଅଛନ୍ତି ବୋଲି ସେ କହିଛନ୍ତି।

Share