ଆତଙ୍କବାଦୀ ଶିବିର ଉପରେ ବୋମା ମାଡ଼: ୧୮ ତାଲିବାନୀ ମୃତ

ନାନଗରହାର, ୬।୨: ଆଫଗାନିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ବୋମାମାଡ଼ କରାଯାଇଛି। ଏଥିରେ ୧୮ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା ସୂଚନା ଦେଇଛନ୍ତି। ପୂର୍ବ ନାନଗରହାର ପ୍ରଦେଶର ଶେରଜାଦ୍‌ ଜିଲାର ପାହାଡ଼ିଆ ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିର ଉପରେ ଆଫଗାନିସ୍ତାନର ଯୁଦ୍ଧ ବିମାନରୁ ବୋମାମାଡ଼ କରାଯାଇଥିଲା। ମୃତକଙ୍କ ମଧ୍ୟରେ ତାଲିବାନ ରେଡ୍‌-ୟୁନିଟ୍‌ର ୧୪ ଜଣ ସଦସ୍ୟ ଥିବା ପ୍ରତିରକ୍ଷା ବିଭାଗ କହିଛି। ସୂଚନାଯୋଗ୍ୟ, ଗୁରୁବାର କନ୍ଧାହାରର ଦକ୍ଷିଣ ଅଞ୍ଚଳର ଅରଘଣ୍ଡାବ ଏବଂ ଦାଣ୍ଡ ଜିଲାରେ ଥିବା ଆତଙ୍କବାଦୀ ଶିବିର ଉପରେ ବୋମା ମାଡ଼ କରାଯାଇଥିଲା। ଏଥିରେ ୧୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

Share