ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକରେ ୧୯୫ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି: ହମାସର ଦାବି…

ଜେରୁଜେଲମ,୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁଁ ଦଶ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଇସ୍ରାଏଲର ସୈନିକମାନଙ୍କ ଦ୍ୱାରା କ୍ରମାଗତ ଭାବରେ ବୋମା ମାଡ କରାଯାଉଛି।

ପାଲେଷ୍ଟାଇନ ଉଗ୍ରବାଦୀ ଦଳର ସଶସ୍ତ୍ର ୱିଙ୍ଗ ଅଲ-କାସାମ ବ୍ରିଗେଡ ଦାବି କରିଛି ମଙ୍ଗଳବାର ଇସ୍ରାଏଲ ଉତ୍ତର ଗାଜାର ଜବାଲିଆ ଶରଣାର୍ଥୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିଲା। ହମାସ କହିଛି ଏହି ଶରଣାର୍ଥୀ ଶିବିର ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ ଯୋଗୁଁ ୧୯୫ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ୭୭୭ ଜଣ ଆହତ ହୋଇଥିଲେ।

ଏହି ଏୟାର ଷ୍ଟ୍ରାଇକରେ ହମାସର କମାଣ୍ଡର ଇବ୍ରାହିମ ବିୟାରିଙ୍କୁ ହତ୍ୟା କରାଯାଇଥିବା ଇସ୍ରାଏଲ ଦାବି କରିଛି। ତେବେ ରିଲିଫ କ୍ୟାମ୍ପ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ମିଳିତ ଜାତିସଂଘ ଉଦବେଗ ପ୍ରକାଶ କରିଛି।

ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଇସ୍ରାଏଲ ଦୁଇ ଦିନରେ ଦୁଇଥର ଜବାଲିଆ ଶରଣାର୍ଥୀ ଶିବିରକୁ ଟାର୍ଗେଟ କରିଛି। ଜବାଲିଆ ଶରଣାର୍ଥୀ ଶିବିର ଉପରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ମିଳିତ ଜାତିସଂଘ ମଧ୍ୟ ଉଦବେଗ ପ୍ରକାଶ କରିଛି।
ଏହି ଯୁଦ୍ଧରେ ୧୪୦୦ରୁ ଅଧିକ ଇସ୍ରାଏଲ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ହମାସ ୨୩୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଛନ୍ତି। ହମାସ ଦ୍ୱାରା ପରିଚାଳିତ ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲ ଷ୍ଟ୍ରାଇକରେ ୮,୭୯୬ ପାଲେଷ୍ଟାଇନର ମୃତ୍ୟୁ ହୋଇଛି।

Share