ନୂଆଦିଲ୍ଲୀ,୨୦।୩: ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ଏୟାରଲାଇନ୍ସ ୨୦୨୪ରେ ଅଧିକ ୧୩୨ ନୂଆ ବିମାନ ସାମିଲ କରିବ। ଏହା ଦ୍ୱାରା ଘରୋଇ ଏବଂ ଅନ୍ତର୍ଜାତୀୟ ଏୟାର ଟ୍ରାଫିକ୍ ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।
ଏୟାରଇଣ୍ଡିଆ ୫୩ଟି ନୂତନ ବିମାନ ଯୋଡିବାକୁ ଯାଉଥିବା ବେଳେ ଇଣ୍ଡିଗୋ ୪୯ଟି ବିମାନ ଯୋଡିବ ବୋଲି ସିଏପିଏର ବାର୍ଷିକ ରିପୋର୍ଟରେ କୁହାଯାଇଛି। ଏହି ନୂଆ ବିମାନ ଆସିବା ଦ୍ୱାରା ବିମାନ ସଂଖ୍ୟା ୨୦୨୪ ମାର୍ଚ୍ଚ ସୁଦ୍ଧା ୬୮୪ରୁ ୮୧୬ରେ ପହଞ୍ଚିବ। ରିପୋର୍ଟରେ କୁହାଯାଇଛି, ଘରୋଇ ଏୟାରଟ୍ରାଫିକ ୨୦ ପ୍ରତିଶତ ଏବଂ ଅନ୍ତର୍ଜାତୀୟ ଟ୍ରାଫିକ ୨୨ରୁ ୨୭ ପ୍ରତିଶତ ବୃଦ୍ଧି ପାଇବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ତଥ୍ୟ ଅନୁସାରେ ୨୦୨୨ରେ ଘରୋଇ ଉଡାଣ ବାର୍ଷିକ ୪୭.୫ ପ୍ରତିଶତ ବଢି ୧୨୩.୨ ବିଲିୟନ ହୋଇଛି।