Categories: ଫୁରସତ

ବିମାନ ଯାତ୍ରାର ନିଶା: ୩୩ ବର୍ଷରେ ୩୭ ନିୟୁତ କି.ମି.

ଓ୍ବାଶିଂଟନ୍‌: ଆମେରିକାର ଟମ୍‌ ଷ୍ଟୁକର (୬୯) ନ୍ୟୁଜର୍ସିର ଏକ ଗାଡ଼ି ନିର୍ମାଣକାରୀ କମ୍ପାନୀରେ କନ୍‌ସଲଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ମାତ୍ର ୩୩ ବର୍ଷ ମଧ୍ୟରେ ଟମ୍‌ ମୋଟ ୩୭ ନିୟୁତ କି.ମି, ଦୂର ଯାତ୍ରା କରିଛନ୍ତି। ଟ୍ରାଭେଲ କରିବାକୁ ପସନ୍ଦ କରୁଥିବା ଟମ୍‌ ୩୦ ବର୍ଷ ପୂର୍ବେ ୧୯୯୦ରେ ୨୯୦,୦୦୦ ଡଲାର ଖର୍ଚ୍ଚ କରି ୟୁନାଇଟେଡ୍‌ ଏୟାରଲାଇନ୍ସଠାରୁ ଲାଇଫ୍‌ ଟାଇମ୍‌ ପାସ୍‌ କିଣିଥିଲେ, ଯାହା ତାଙ୍କ ଜୀବନର ସବୁଠୁ ବଡ଼ ଉପଲବ୍ଧି ବୋଲି ଟମ୍‌ କହିଛନ୍ତି। ଟମ୍‌ ହେଉଛନ୍ତି ବିଶ୍ୱର ଜଣେ ମାତ୍ର ଲୋକ ଯେ ବିମାନରେ ଏତେ ଦୂର ପର୍ଯ୍ୟନ୍ତ ଭ୍ରମଣ କରିଛନ୍ତି। ୧୨ ଦିନ କାଳ ନ ଶୋଇ ଟମ୍‌ ନ୍ୟୁୟର୍କରୁ ସାନ୍‌ ଫ୍ରାନ୍ସିସ୍କୋ, ସେଠାରୁ ବ୍ୟାଙ୍କକ୍‌, ଦୁବାଇ ଯାଇ ପୁଣିଥରେ ଆମେରିକା ଫେରିଥିଲେ। ୨୦୧୯ରେ ଟମ୍‌ ୩୭୩ ବିମାନରେ ମୋଟ ୧.୪୬ ନିୟୁତ ମାଇଲ ଆକାଶ ପଥରେ ଯାତ୍ରା କରିଥିଲେ। ବର୍ତ୍ତମାନ ସୁଦ୍ଧା ଟମ୍‌ ଯେତିକି ଦୂର ଭ୍ରମଣ କରିଛନ୍ତି ସେତିକିରେ ୬ ଥର ଚନ୍ଦ୍ରପୃଷ୍ଠକୁ ଯାଇଆସି ହେବ।

Share