ମହଙ୍ଗା ହେଲା ବିମାନ ଯାତ୍ରା: ସର୍ବନିମ୍ନ ଭଡ଼ା ୧୬ ପ୍ରତିଶତ ବୃଦ୍ଧି …

ନୂଆଦିଲ୍ଲୀ,୨୯।୫: କରୋନା ସଙ୍କଟ ସମୟରେ ଦେଶରେ ବିମାନ ଯାତ୍ରା ମହଙ୍ଗା ହୋଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନ ଭିନ୍ନ ଯାତ୍ରା କାଳୀନ ସମୟ ସୀମାରେ ଭଡ଼ା ୧୩ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୪୦ ମିନିଟ୍‌ ବିମାନ ଯାତ୍ରାର ଭଡ଼ା ୨୩୦୦ ଟଙ୍କାରୁ ୨୬୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୪୦ରୁ ୬୦ ମିନିଟ୍‌ ବିମାନ ଯାତ୍ରାର ଭଡ଼ା ମନ୍ତ୍ରଣାଳୟ ପକ୍ଷରୁ ୨୯୦୦ରୁ ୩୩୦୦ ଟଙ୍କାକୁ ବଢ଼ାଇ ଦିଆଯାଇଛି। ନୂଆ ଯାତ୍ରୀ ଭଡ଼ା ଜୁନ୍‌ ୧ରୁ ଲାଗୁ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share