ଲଣ୍ଡନ,୨୯ା୮: ବ୍ରିଟେନ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରେ ବୈଷୟିକ ସମସ୍ୟା ଦେଖାଦେବାରୁ ସୋମବାର ଶତାଧିକ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି। ବ୍ରିଟେନର ନ୍ୟାଶନାଲ ଏୟାର ଟ୍ରାଫିକ୍ ସର୍ଭିସ (ଏନ୍ଏଟିଏସ୍) ବିମାନ ଚଳାଚଳ ଉପରେ କଟକଣା ଜାରି କରିଛି। ସୁରକ୍ଷା ସୁନିଶ୍ଚିତ କରିବା ଲାଗି ବିମାନ ଉଡ଼ାଣକୁ ସୀମିତ ରଖାଯାଇଛି। ଏନ୍ଏଟିଏସ୍ ଇଞ୍ଜିନିୟରମାନେ ତ୍ରୁଟି ଚିହ୍ନଟ କରି ସଂଶୋଧନ କରିବାକୁ କାମରେ ଲାଗିଥିବା ଏହାର ମୁଖପାତ୍ର କହିଛନ୍ତି। ତେବେ ସମସ୍ୟା ସମାଧାନ ହେବା ଲାଗି କେତେ ସମୟ ଲାଗିବ ସେ ତାହା କହି ନାହାନ୍ତି। ରିପୋର୍ଟ ଅନୁଯାୟୀ ଅଧିକାଂଶ ବିମାନ ଅନୂ୍ୟନ ୧୨ ଘଣ୍ଟା ବିଳମ୍ବିତ ହୋଇଛି।