ନୂଆଦିଲ୍ଲୀ: ଦେଶରେ ବିମାନ ଭଡ଼ା ବଢିବାର ସମ୍ଭାବନା ରହିଛି। ସରକାର ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡ୍ ବୃଦ୍ଧି କରିଛନ୍ତି। ସର୍ବନିମ୍ନ ଭଡ଼ା ୧୦% ଓ ସର୍ବୋଚ୍ଚ ଭଡ଼ା ୩୦% ବୃଦ୍ଧି କରାଯାଇଛି। ଫଳରେ ଘରୋଇ ବିମାନ ଯାତ୍ରା ୬ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବାର ସମ୍ଭାବନା ରହିଛି। ଗତ ବର୍ଷ ମେ ମାସରେ ବିମାନ ଚଳାଚଳ ଉପରେ ଲାଗୁ କଟକଣା ସାମାନ୍ୟ କୋହଳ କରାଯିବା ପରେ ଡିଜିସିଏ ପକ୍ଷରୁ ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡ୍ କୁ ହ୍ରାସ କରିଥିଲେ। ଏହାର ଅଥର୍ର୍ ହେଉଛି ବିମାନ କମ୍ପାନିମାନେ ର୍ନିଦ୍ଦିଷ୍ଟ ଅବଧିର ଯାତ୍ରା ପାଇଁ ଏକ ର୍ନିଦ୍ଦିଷ୍ଟ ପରିମାଣଠାରୁ ଅଧିକ ମୂଲ୍ୟର ଭଡ଼ା ଆଦାୟ କରିପାରିବେ ନାହଁ। କଟକଣା କୋହଳ ପରେ ଅଳ୍ପ ବିମାନ ଚଳାଚଳ କରୁଥିବାରୁ କମ୍ପାନିମାନେ ଯେପରି ଅଧିକ ଭଡ଼ା ଲାଗୁ ନକରନ୍ତି ସେଥିପାଇଁ ଏହି ନିୟମ ଲାଗୁ କରାଯାଇଥିଲା। ବର୍ତ୍ତମାନ ଏବେ ଘରୋଇ କ୍ଷେତ୍ରରେ ବିମାନ ଚଳାଚଳ ସ୍ବାଭାବିକ ହୋଇଥିବାରୁ ସରକାର ପୁଣି ବିମାନ ଭଡ଼ାର ପ୍ରାଇସ ବ୍ୟାଣ୍ଡ୍ ବଢାଇ ତାହାକୁ ଲକଡାଉନ ପୂର୍ବ ସ୍ତରକୁ ନେଇଯାଇଛନ୍ତି।