ନୂଆଦିଲ୍ଲୀ : ମ୍ୟାଲେସିଆର ଏୟାରଲାଇନ୍ସ ଏୟାରଏସିଆ ଗ୍ରୁପ୍ ବିଏଚ୍ଡି ଆସନ୍ତା ବର୍ଷ ଫ୍ଲାଇଂ ଟ୍ୟାକ୍ସି ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛି। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସହସଂସ୍ଥାପକ ଟୋନି ଫର୍ନାଣ୍ଡିସ ଶନିବାର ଏନେଇ ସୂଚନା ଦେଇଛନ୍ତି। ବର୍ଷେରୁ ଦେଢ଼ବର୍ଷ ମଧ୍ୟରେ ଏହି ସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି। କରୋନା ମହାମାରୀ ଯୋଗୁ ଏୟାରଏସିଆର ବ୍ୟବସାୟ ପ୍ରଭାବିତ ହୋଇଥିବାବେଳେ ଏହା ଡିଜିଟାଲ ସ୍ପେସ୍ରେ ବେଶ୍ ଆଗେଇଛି। ଗତବର୍ଷ କମ୍ପାନୀ ପକ୍ଷରୁ ଲଞ୍ଚ ହୋଇଥିବା ସୁପର ଆପ୍ ମାଧ୍ୟମରେ ଟ୍ରାଭେଲ୍, ସପିଙ୍ଗ ଏବଂ ବିତ୍ତୀୟ ସେବା ପ୍ରଦାନ କରାଯାଉଛି।