Categories: ଜାତୀୟ

ଏୟାରହୋଷ୍ଟେସ ହତ୍ୟା ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ

ମୁମ୍ବାଇ,୯।୯: ଏୟାରହୋଷ୍ଟେସ ରୁପାଲ ଓଗ୍ରେଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ବିକ୍ରମ ଅତଓ୍ବାଲଙ୍କ ପୋଲିସ ହାଜତରେ ମୃତ୍ୟୁ ଘଟିଛି। ରବିବାର ରାତିରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା ଏକ ଫ୍ଲାଟରେ ରୁପାଲଙ୍କ ମୃତଦେହ ଠାବ ହୋଇଥିଲା। ଏହାପରେ ପୋଲିସ ବିକ୍ରମଙ୍କୁ ଗିରଫ କରି ଅନ୍ଧେରୀ ଥାନାକୁ ଆଣିଥିଲା। ତେବେ ଶୁକ୍ରବାର ସକାଳେ ସେ ଶୌଚ ପାଇଁ ଯାଇ ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ କହିଛି। ଛତିଶଗଡ଼ର ରୁପାଲ ଏୟାରହୋଷ୍ଟେସ ତାଲିମ ପାଇଁ ଗତ ଏପ୍ରିଲରେ ମୁମ୍ବାଇ ଆସିଥିଲେ। ରୁପାଲ ରହୁଥିବା ଫ୍ଲାଟରେ ଅଭିଯୁକ୍ତ ବିକ୍ରମ କାମ କରୁଥିଲେ। ତେବେ ସେ ହିଁ ରୁପାଲଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

Share