ସମସ୍ତଙ୍କର ଇଚ୍ଛା ନିଜର ଏକ ସୁନ୍ଦର ଘର କରିବା, ଯାହା ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର ହୋଇଥିବ। ଏମିତି ଏକ ସ୍ବପ୍ନ ଥିଲା ଆମେରିକାର ୬୪ ବର୍ଷୀୟ ବ୍ୟକ୍ତି ବ୍ରୁସ୍ କ୍ୟାମବେଲ୍ଙ୍କର, ଯେଉଁଥିପାଇଁ ସେ ଏରୋପ୍ଲେନ୍କୁ ଘରର ରୂପ ଦେଇଛନ୍ତି ।
ଜଙ୍ଗଲ ମଝିରେ ଏରୋପ୍ଲେନ୍ ଏବଂ ଏରୋପ୍ଲେନ ଭିତରେ ସୁନ୍ଦର, ଆକର୍ଷଣୀୟ ଓ ଆରାମଦାୟକ ଘର। ଯାହା ହେଉଛି ପୃଥିବୀର ଅଜବ ଘର ମଧ୍ୟରୁ ଅନ୍ୟତମ । ବ୍ରୁସ୍ ହେଲେ ଜଣେ ଅବସରପ୍ରାପ୍ତ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ସେ ୨୦ ବର୍ଷ ବୟସ ବେଳେ ଓରେଗନ୍ର ହିଲସ୍ବୋରୋ ଜଙ୍ଗଲ ନିକଟରେ ୧୦ ଏକର ଜାଗାକୁ ୨୩,୦୦୦ ଡଲାରରେ କିଣିଥିଲେ । ପରେ ସେ ନିଜ ଘରକୁ ଅନ୍ୟମାନଙ୍କଠାରୁ କିଛି ନିଆରା ଓ ଅଲଗା ଢଙ୍ଗରେ ତିଆରି କରିବା ପାଇଁ ଏକ ପୁରୁଣା ଏରୋପ୍ଲେନ୍ କିଣି ତାକୁ ଘର ଭାବେ ତିଆରି କରିଛନ୍ତି ଏଥିରେ ବେଡରୁମ୍, ଡ୍ରଇଂରୁମ୍, କିଚେନ୍, ବାଥରୁମ୍ , ହୋମ୍ ଥିଏଟର୍ ଆଦିର ସୁବିଧା ରହିଛି ।