ରାଫାହରେ ଏୟାରଷ୍ଟ୍ରାଇକ୍‌: ୪୫ ନିହତ

କାଏରୋ,୨୯ା୫:ଗାଜାର ଦକ୍ଷିଣାଞ୍ଚଳ ସହର ରାଫାହରେ ଇସ୍ରାଏଲୀ ସୈନ୍ୟ ଏୟାରଷ୍ଟ୍ରାଇକ୍‌ କରିଛନ୍ତି। ଏହି ଆକ୍ରମଣ ଫଳରେ ଏକ ଶରଣାର୍ଥୀ ଶିବିରରେ ନିଆଁ ଲାଗିଯିବାରୁ ସେଠାରେ ରହୁଥିବା ୪୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅନୂ୍ୟନ ୧୨ ଜଣ ହେଉଛନ୍ତି ମହିଳା। ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ପକ୍ଷରୁ ରାଫାହରେ ବର୍ବରତା ବନ୍ଦ ପାଇଁ ଇସ୍ରାଏଲ୍‌କୁ ନିର୍ଦ୍ଦେଶ ଦିଆଯିବା ସତ୍ତ୍ୱେ ଏଥିରେ ରୋକ୍‌ ଲାଗୁ ନ ଥିବାରୁ ଏହାକୁ ବିଶ୍ୱନେତାମାନେ କଡ଼ା ନିନ୍ଦା କରିଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲ୍‌ କହିଛି, ହମାସ୍‌ କମାଣ୍ଡରମାନଙ୍କୁ ଟାର୍ଗେଟ କରାଯାଇଥିଲା। ନାଗରିକମାନଙ୍କୁ କ୍ଷତି ପହଞ୍ଚାଇବା ଏହାର ଉଦ୍ଦେଶ୍ୟ ନୁହେଁ।

Share