ସୁଦାନର ଓମଦୁରମାନରେ ଏୟାର ଷ୍ଟ୍ରାଇକ୍‌: ୨୨ମୃତ

ଖାରତୋମ,୯।୭: ସୁଦାନରେ ଦୁଇ ପ୍ରତିଦ୍ୱନ୍ଦୀ ମଧ୍ୟରେ ଚାଲିଥିବା ଏୟାର ଷ୍ଟ୍ରାଇକ୍‌ରେ ୨୨ଜଣଙ୍କର ମୃତ୍ୟୁ ହୋଇଛିି। ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସ (ଆପ) ସ୍ବାସ୍ଥ୍ୟ ଅଧିକାରୀଙ୍କ ଏନେଇ ସୂଚନା ଦେଇଛନ୍ତି।

ଆପ ଅନୁଯାୟୀ, ଏହି ଏୟାର ଷ୍ଟ୍ରାଇକ ରାଜଧାନୀ ଖାର୍ତୁମ ପଡୋଶୀ ସହର ଓମଦୁରମାନର ଏକ ଆବାସିକ ଅଞ୍ଚଳରେ ଘଟିଛି। ଦେଶରେ ଚାଲିଥିବା ବିବାଦ ମଧ୍ୟରେ ରାଜଧାନୀ ନିକଟରେ ହୋଇଥିବା ଏହି ଏୟାର ଷ୍ଟ୍ରାଇକକ୍ସବୁଠାରୁ ଭୟଙ୍କର ଆକ୍ରମଣ। ସୂଚନା ଅନୁଯାୟୀ, ଏୟାର ଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ଅଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ମୃତକଙ୍କ ସଂଖ୍ୟା ୨୨ହୋଇଥିବାବେଳେ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ଅନୁଯାୟୀ ଏହି ସଂଖ୍ୟା ହେଉଛି ୩୧।

Share