ଭୁବନେଶ୍ୱର,୨୧।୧୨: ଦେଶର ପ୍ରମୁଖ ଘରୋଇ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା (କମ୍ପାନୀ) ଭାରତୀ ଏୟାରଟେଲ (ଏୟାରଟେଲ) ଏବଂ ଇଣ୍ଟେଲିସ୍ମାର୍ଟ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍ (ଆଇଆଇପିଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଉକ୍ତ ବୁଝାମଣା ଅନୁଯାୟୀ ଉଭୟ କମ୍ପାନୀର ମିଳିତ ଭାଗୀଦାରିତାରେ ୨୦ମିଲିୟନ ପର୍ଯ୍ୟନ୍ତ ସ୍ମାର୍ଟମିଟରକୁ ଶକ୍ତିଶାଳୀ ସାମର୍ଥପୂର୍ଣ୍ଣ କରିବା ଭଳି ଏକ ବିଶେଷ ଉଦ୍ଦେଶ୍ୟର ଉକ୍ତ ବୁଝାମଣା ସମ୍ପର୍କରେ ଘୋଷଣା କରାଯାଇଛି।
ଏ ସମ୍ପର୍କରେ ଏୟାରଟେଲ ବ୍ୟବସାୟ (ଭାରତ)ର ସିଇଓ ଗଣେଶ ଲକ୍ଷ୍ମୀନାରାୟଣନ କହିଛନ୍ତି, ଆମେମାନେ ପୁନର୍ବାର ଆମର ବ୍ୟବସାୟିକ ନେତୃତ୍ୱକୁ ଦେଶରେ ଏକ ବୃହତ୍ ଆଇଓଟି ସକ୍ଷମକାରୀ ଭାବେ ଶକ୍ତିଶାଳୀ କରିପାରିଛୁ। ଏପରିକି ଆଇଓଟି ଏୟାରଟେଲର ଏକ ବୃଦ୍ଧିକାରୀ ବ୍ୟବସାୟ କ୍ଷେତ୍ର ହୋଇଥିବାବେଳେ ଏହା ଦ୍ୱାରା ଆମେ ଅତ୍ୟନ୍ତ କୌଶଳର ସହ ଭାରତ ସରକାରଙ୍କର କଳ୍ପନା ପ୍ରସ୍ତୁତ ୨୫୦ ମିଲିୟନ ରହିଥିବା ବିଦ୍ୟୁତ୍ ମିଟରକୁ ସ୍ମାର୍ଟମିଟରରେ ପରିଣତ କରିବାର ପ୍ରମୁଖ ଗୁରୁଦାୟିତ୍ୱ ପୂରା କରିବାକୁ ଯାଉଛୁ।