Categories: ଜାତୀୟ

ଏୟାରଟେଲ୍‌ ସେବା ଠପ୍‌

ନୂଆଦିଲ୍ଲୀ,୧୧।୨:ଦିଲ୍ଲୀ, ଜୟପୁର, କୋଲକାତା ଭଳି ଦେଶର ଅନେକ ସହରରେ ଏୟାରଟେଲ ସେବା ଠପ୍‌ ହୋଇଯାଇଛି। ଏୟାରଟେଲ ଟୁଇଟ କରି କହିଛି ଯେ, ଆମର ଇଣ୍ଟରନେଟ ସେବା ସାମୟିକ ଭାବରେ ବାଧାପ୍ରାପ୍ତ ହୋଇଛି ଏବଂ ଆପଣଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଗଭୀର ଦୁଃଖିତ। ସବୁକିଛି ଏବେ ସ୍ବାଭାବିକ ଅବସ୍ଥାକୁ ଫେରିଛି, ଆମର ଟିମ୍‌ ଗ୍ରାହକଙ୍କୁ ଏକ ଉତ୍ତମ ସେବାପ୍ରଦାନ କରିବାକୁ ନିରନ୍ତର କାର୍ଯ୍ୟ କରନ୍ତି। ସୋସିଆଲ ମିଡିଆରେ ଏୟାରଟେଲର ନେଟୱାର୍କ ବନ୍ଦ ହେବା ବିଷୟରେ ୟୁଜର୍ସମାନେ ଲଗାତାର ଅଭିଯୋଗ କରୁଛନ୍ତି। ଟୁଇଟରରେ #AirtelDown ଟ୍ରେଣ୍ଡ କରୁଛି। ମୋବାଇଲ ଇଣ୍ଟରନେଟ ଏବଂ କଲିଂରେ ଅସୁବିଧାର ସମ୍ମୁଖୀନ ହେବା ସହ ବ୍ରଡବ୍ୟାଣ୍ଡରେ ସମସ୍ୟା ଥିବା ଅନେକ ଲୋକ ଅଭିଯୋଗ କରିଛନ୍ତି।

Share