ନୂଆଦିଲ୍ଲୀ,୨୫।୧: ପ୍ରିପେଡ ଗ୍ରାହକଙ୍କୁ ଏୟାରଟେଲ୍ର ଝଟ୍କା। କମ୍ପାନୀ ପକ୍ଷରୁ ସବୁଠାରୁ ଶସ୍ତା ପ୍ଲାନ ୯୯ ଟଙ୍କାରେ ଉପଲବ୍ଧ ହେଉଥିଲା। ହେଲେ ଏବେ ଏହି ମାସିକ ପ୍ରିପେଡ ପ୍ଲାନ ଦେଢ଼ ଗୁଣା ବଢ଼ି ୧୫୫ ଟଙ୍କାର ହୋଇଛି।
୯୯ ଟଙ୍କିଆ ପ୍ଲାନରେ ୧ ଜିବି ଡାଟା ସହ ଅନ୍ଲିମିଟେଡ୍ କଲିଂ ଏବଂ ୩୦୦ ଏସ୍ଏମ୍ଏସ୍ ସୁବିଧା ଉପଲବ୍ଧ ହେଉଥିଲା। ଏହାର ଭାଲିଡିଟି ୨୮ ଦିନର ରହିଥିଲା। ଏବେ ସାରା ଦେଶରେ ଏୟାରଟେଲ ନିଜର ଏହି ପ୍ଲାନର ମୂଲ୍ୟ ୧୫୫ ଟଙ୍କା କରିଦେଇଛି। ଖୁବ୍ଶୀଘ୍ର କମ୍ପାନୀ ଏହାର ଅନ୍ୟ ପ୍ଲାନର ଦାମ ମଧ୍ୟ ବଢ଼ାଇବ ବୋଲି ଅନୁମାନ କରାଯାଉଛି।