ନୂଆଦିଲ୍ଲୀ,୧୨।୧୧: ଭାରତୀ ଏୟାରଟେଲ ଏକ ନୂତନ ୪ଜି ଡାଟା ଭାଉଚର ଲଞ୍ଚ କରିଛି। ଏହି ଭାଉଚରର ମୂଲ୍ୟ ହେଉଛି ୬୫ ଟଙ୍କା। ନିକଟରେ ଏୟାରଟେଲ ମଧ୍ୟ ୧୯୯ ଟଙ୍କା ଯୋଜନା ଆରମ୍ଭ କରିଛି। ଏହି ଯୋଜନା ଅଧିକ ବୈଧତା ଚାହୁଁଥିବା ଗ୍ରାହକଙ୍କ ପାଇଁ। ତେବେ ବର୍ତ୍ତମାନ ଆରମ୍ଭ ହୋଇଥିବା ୬୫ ଟଙ୍କା ଯୋଜନା ଏକ ଡାଟା ଭାଉଚର୍।
ଯେଉଁମାନେ କମ ମୂଲ୍ୟରେ ୪ଜି ଡାଟା ଭାଉଚର ଚାହୁଁଛନ୍ତି ସେମାନଙ୍କ ପାଇଁ ଏୟାରଟେଲ୍ର ନୂତନ ୬୫ ଟଙ୍କା ଯୋଜନା ଭଲ। ଏହି ୬୫ ଟଙ୍କା ଡାଟା ଭାଉଚର ଯୋଜନାରେ ଗ୍ରାହକମାନେ ୪ ଜିବି ଡାଟା ପାଇବେ। ଏହା ବ୍ୟତୀତ, ଏହି ଯୋଜନା ଅନ୍ୟ କୌଣସି ଲାଭ ପ୍ରଦାନ କରେ ନାହିଁ। ଗ୍ରାହକମାନଙ୍କୁ ଏକ ସକ୍ରିୟ ପ୍ରିପେଡ ଯୋଜନା ପରେ ଏହି ଯୋଜନା କିଣିବାକୁ ପଡ଼ିବ । ଏହି ନୂତନ ଡାଟା ଭାଉଚରର ବୈଧତା ଆଧାର ସକ୍ରିୟ ଯୋଜନା ସହିତ ସମାନ ହେବ। ଉଦାହରଣସ୍ବରୂପ ଯଦି ମୂଳ ଯୋଜନାର ବୈଧତା ୩୦ ଦିନ, ତେବେ ଭାଉଚରର ବୈଧତା ମଧ୍ୟ ୩୦ ଦିନ ହେବ।
ତେବେ ଏୟାରଟେଲ ଏହାର ଗ୍ରାହକଙ୍କୁ ୫୮ ଟଙ୍କା ମୂଲ୍ୟର ୪ଜି ଡାଟା ଭାଉଚର ମଧ୍ୟ ପ୍ରଦାନ କରୁଛି। ଏଥିରେ ଗ୍ରାହକଙ୍କୁ ୩ଜିବି ଡାଟା ଦିଆଯାଏ। ଯଦି ଆପଣଙ୍କୁ କେବଳ ୧ ଜିବି ଡାଟା ଦରକାର ତେବେ ଏୟାରଟେଲ ୧୯ ଟଙ୍କା ଡାଟା ଭାଉଚର କିଣି ପାରିବେ।