ଏୟାରଟେଲ୍‌ର ଜବରଦସ୍ତ ପ୍ଲାନ୍‌: ଗୋଟିଏ ରିଚାର୍ଜରେ ଚାଲିବ ୪ ଲୋକଙ୍କ ସିମ୍‌, ସାଥିରେ ନେଟ୍‌ଫ୍ଲିକ୍ସ-ହଟ୍‌ଷ୍ଟାର ବି…

ନୂଆଦିଲ୍ଲୀ,୧୭।୧୨: ଦେଶର ଦ୍ୱିତୀୟ ବୃହତ ଟେଲିକମ୍‌ କମ୍ପାନୀ ହେଉଛି ଭାରତୀ ଏୟାରଟେଲ। କମ୍ପାନୀ ଏହାର ଗ୍ରାହକମାନଙ୍କୁ ଅନେକ ପ୍ରକାର ପ୍ଲାନ୍‌ ଉପଲବ୍ଧ କରାଇଥାଏ। ସେଥିମଧ୍ୟରୁ ଦୁଇଟି ଏପରି ପ୍ଲାନ ରହିଛି ଯେଉଁଥିରେ ଗୋଟିଏ ରିଚାର୍ଜରେ ୪ ଜଣ ଲୋକଙ୍କ ସିମ୍‌ ଚାଲିବ। ଏଥିସହ ଗ୍ରାହକ ନେଟଫ୍ଲିକ୍ସ ଏବଂ ହଟ୍‌ଷ୍ଟାର ଭଳି ଓଟିଟି ସବ୍‌ସ୍କ୍ରିପଶନ ପାଇପାରିବେ।

ଏୟାରଟେଲର ୧୧୯୯ ଟଙ୍କିଆ ପ୍ଲାନ:-
-ଏୟାରଟେଲ୍‌ର ଏହି ପୋଷ୍ଟପେଡ୍‌ ପ୍ଲାନରେ ମିଳିଥାଏ ପ୍ରମୁଖ ଓଟିଟି ସୁବିଧା । ଯେଉଁଥିରେ ରହିଛି ଡିଜନୀ ପ୍ଲସ ହଟ୍‌ଷ୍ଟାର, ଆମାଜନ ପ୍ରାଇମ ଭିଡିଓ ଏବଂ ନେଟଫ୍ଲିକ୍ସ ଆଦି ପ୍ଲାଟଫର୍ମ।
-ଏହି ପ୍ଲାନରେ ୧ ରେଗୁଲାର ଏବଂ ୩ ଆଡ୍‌ ଅନ୍‌ କନେକ୍ସନ ମିଳିଥାଏ। ପ୍ଲାନ ସହ ୧୫୦ ଜିବି ଡାଟା ଏବଂ ପ୍ରତି ଆଡ ଅନ୍‌ କନେକ୍ସନ ସହ ୩୦ ଜିବି ଡାଟା ମିଳିଥାଏ। ଏହାଛଡ଼ା ଅନ୍‌ଲିମିଟେଡ୍‌ କଲିଂ ଏବଂ ପ୍ରତ୍ୟେହ ୧୦୦ ଏସ୍‌ଏମ୍‌ଏସ୍‌ ଆଦିର ସୁବିଧା ମିଳିଥାଏ।
-ପ୍ଲାନରେ ୬ ମାସ ଯାଏ ଆମାଜନ ପ୍ରାଇମ୍‌ ଭିଡିଓ ମିଳିଥାଏ। ସେହିଭଳି ନେଟ୍‌ଫ୍ଲିକ୍ସ ବେସିକ୍‌ ଏବଂ ଡିଜନୀ ପ୍ଲସ ହଟ୍‌ଷ୍ଟାର ମୋବାଇଲ୍‌ ବର୍ଷକ ଯାଏ ମିଳିଥାଏ। କମ୍ପାନୀ ପ୍ଳାନ ସହ wynk ପ୍ରିମିୟମର ସବ୍‌ସ୍କ୍ରିପଶନ୍‌ ଦେଇଥାଏ।

ଏୟାରଟେଲର ୧୪୯୯ ଟଙ୍କିଆ ପ୍ଲାନ:
ଏୟାରଟେଲର ଏହି ପୋଷ୍ଟପେଡ୍‌ ପ୍ଲାନରେ ୧ ରେଗୁଲାର ଏବଂ ୪ ଫାମିଲି ଆଡ ଅନ୍‌ କନେକ୍ସନ ମିଳିଥାଏ। ଏଥିରେ ଗ୍ରାହକଙ୍କୁ ମାସକୁ ୨୦୦ଜିବି ଡାଟା ଏବଂ ପ୍ରତି ଆଡ ଅନ୍‌ କନେକ୍ସନଙ୍କ ଲାଗି ୩୦ ଜିବି ଡାଟା ଦିଆଯାଇଥାଏ।

-ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ୍‌ ଭଏସ୍‌ କଲିଂ ଏବଂ ପ୍ରତ୍ୟେହ ୧୦୦ ଏସ୍‌ଏମ୍‌ଏସ୍‌ ମିଳିଥାଏ। ପ୍ଲାନରେ ୬ ମାସ ଯାଏ ଆମାଜନ ପ୍ରାଇମ୍‌ ଭିଡିଓ ମିଳିଥାଏ। ସେହିଭଳି ନେଟ୍‌ଫ୍ଲିକ୍ସ ଷ୍ଟାଣ୍ଡାର୍ଡ ଏବଂ ଡିଜନୀ ପ୍ଲସ ହଟ୍‌ଷ୍ଟାର ମୋବାଇଲ୍‌ ବର୍ଷକ ଯାଏ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାରଦାତାଙ୍କ ପାଇଁ ଖୁସି ଖବର! ୧୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ମିଳିପାରେ ଆଶ୍ବସ୍ତି

ନୂଆଦିଲ୍ଲୀ,୨୬ା୧୨: ଯେଉଁମାନେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ଆଗାମୀ ବଜେଟରେ ଏକ ବଡ ଉପହାର ଦେଇପାରନ୍ତି। ସୂତ୍ରରୁ ପ୍ରକାଶ ଯେ...

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ନୀତା

ମୁମ୍ବାଇ,୨୬।୧୨: ରିଲାଏନ୍ସ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ଚେୟାରମ୍ୟାନ୍‌ ନୀତା ଏମ୍‌ ଅମ୍ବାନୀ ୨ ଦିନିଆ ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ବୋଲି...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ...

ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍‌ସ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’...

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ର ନୂତନ ଶାଖା ନିକଟରେ କଟକ ନିକଟସ୍ଥ ଗୋପାଳପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅର୍ଥ ବିଭାଗର...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri