ଏଆଇଏସ୍‌ ଉଇଣ୍ଡୋଜର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୧୨।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଗ୍ଲାସ ନିର୍ମାତା ‘ଏଆଇଏସ୍‌ ଉଇଣ୍ଡୋଜ’ର ଏକ୍ସକ୍ଲୁସିଭ ଆଉଟଲେଟ ବୁଧବାର ଭୁବନେଶ୍ୱରର ପୁରୀ ବାଇପାସ ରୋଡର ଏସଆର ଭ୍ୟାଲିରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର (ଫ୍ରାଞ୍ଚାଇଜର) ଭାରତ ପ୍ଲାଏଉଡ୍‌ସ (ଭାରତ ସେଲ୍‌ସ)ଆନୁକୂଲ୍ୟରେ ଏହି ନୂତନ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇଏସ ଉଇଣ୍ଡୋଜର ଆର୍‌ଏମ୍‌ ଓଡିଶା ଅଟଳ ବିହାରୀ ସାହୁ, ଏସଜେଡିଏମ ବିନୟ କୁମାର, ସିଡିଏମ ସଞ୍ଜୁ ଗୁପ୍ତାଙ୍କ ସମେତ ଭାରତ ପ୍ଲାଏଉଡ୍‌ସ (ଭାରତ ସେଲସ)ର ଏମଡି ବ୍ରଜେନ୍ଦ୍ର ରାୟ, ବିଏ ପୀୟୂଷ ରାୟ ଏବଂ ରଶ୍ମି ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଓଡିଶା ବଜାରରେ ‘ଏଆଇଏସ ଉଇଣ୍ଡୋଜ’ର ଏହା ପ୍ରଥମ ଓ ନୂତନ ଷ୍ଟୋରର ଶୁଭାରମ୍ଭ ହୋଇଥିଲାବେଳେ ଆଗାମୀ ଦିନରେ ରାଜ୍ୟର ପ୍ରମୁଖ ବଜାରଗୁଡିକରେ କମ୍ପାନୀର ଏକ୍ସକ୍ଲୁସିଭ ଆଉଟଲେଟ ଖୋଲିବା ସହିତ ଗ୍ରାହକଙ୍କୁ ଗୁଣାତ୍ମକ ସେବା ଓ ସାମଗ୍ରୀ ଯୋଗାଇ ଦେବାକୁ ବ୍ରାଣ୍ଡ୍‌ ଲକ୍ଷ୍ୟ ରଖିଛି। ଏପରିକି ଗ୍ଲାସର ବିଭିନ୍ନ ଉତ୍ପାଦଠାରୁ ଆରମ୍ଭ କରି ୟୁପିଭିସି ଏବଂ ସିଷ୍ଟମର ସମସ୍ତ ସାମଗ୍ରୀ ଏଠାରୁ ସୁଲଭ ମୂଲ୍ୟରେ ଗ୍ରାହକ ପାଇପାରିବେ। ସେହିଭଳି ୧୪୦୦ ବର୍ଗ ଫୁଟ ପରିମିତ ଅଞ୍ଚଳରେ ଗଢି ଉଠିଥିବା ଏହି ନବନିର୍ମିତ ଷ୍ଟୋରରେ ବ୍ରାଣ୍ଡର ଉଭୟ ୟୁପିଭିସି ଡୋର ଆଣ୍ଡ ଉଇଣ୍ଡୋ ସଲ୍ୟୁଶନ ସହିତ ବିଭିନ୍ନ ବର୍ଗର ଆଲୁମିନିୟମ ଉତ୍ପାଦ ମଧ୍ୟ ଉପଲବ୍ଧ।
ଏହି ପରିପ୍ରେକ୍ଷୀରେ ପୀୟୂଷ ରାୟ କହିଥିଲେ, ଆମେ ବଜାର ଚାହିଦା ଓ ଗ୍ରାହକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେବା ସହିତ ଗୁଣାତ୍ମକ ସେବା ଯୋଗାଇ ଦେବାକୁ ଆଶା ରଖିଛୁ। ସେବାକୁ ସବର୍ର୍ାଧିକ ପ୍ରାଥମିକତା ଦେବା ସହିତ କାରବାର ବୃଦ୍ଧି ପାଇଁ ଆବଶ୍ୟକ ପ୍ରଚାର ଓ ପ୍ରସାରକୁ ମଧ୍ୟ ପ୍ରାଧାନ୍ୟ ଦେବୁ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ ହେଲା କାଳ: ବାପାଙ୍କୁ ପିଟିପିଟି ମାରିଦେଲେ ୨ପୁଅ

ପୁରୁଷୋତ୍ତମପୁର,୨୮।୪( ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଷପୁର ଗ୍ରାମରେ ସୋମବାର ଏକ ଅଭାବନିୟ ଘଟଣା ଘଟିଛି। ନିଜ ଜନ୍ମକଲା...

ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଫାଇନାଲ ରିପୋର୍ଟ

ଭୁବନେଶ୍ୱର,୨୮।୪: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇନାଲ ରିପୋର୍ଟ ଖୁବ୍‌ଶୀଘ୍ର ଦାଖଲ ହେବ। ଏ ନେଇ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ସୂଚନା...

Video: ମଞ୍ଚ ଉପରେ ପୋଲିସକୁ ଉପରକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଭାଇରାଲ

ବେଙ୍ଗାଳୁରୁ, ୨୮।୪: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ଜନସଭା ମଞ୍ଚରେ ଜଣେ ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବାକୁ ଇଙ୍ଗିତ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ...

ୟୁକ୍ରେନରେ ତିନି ଦିନିଆ ଅସ୍ତ୍ରବିରତି ଘୋଷଣା କଲେ ପୁଟିନ

ନୂଆଦିଲ୍ଲୀ,୨୮।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିଛନ୍ତି।କ୍ରେମଲିନ କହିଛି ଯେ ଏହି ଅସ୍ତ୍ରବିରତି ମେ ୮ ତାରିଖ...

ଡ୍ୟାମ ଗେଟ ବନ୍ଦ: ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର,୨୮ା୪: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ କଣ୍ତରା ପଞ୍ଚାୟତ ଦାମପୁର ଓ କାନପୁର ଗ୍ରାମର ଚାଷୀମାନେ ଖରାଟିଆ ଧାନ ଫସଲ କରିଛନ୍ତି। ତେବେ କାନପୁର...

ସାବୁନ ଫେଣର କଥା: ସାବୁନ ଯେଉଁ ରଙ୍ଗର ହେଉ ନା କାହିଁକି ଫେଣ କିନ୍ତୁ ଧଳାରଙ୍ଗ ଜାଣନ୍ତୁ କାହିଁକି ?

ଗାଧୋଇବା ସମୟରେ ହେଉ କି ଲୁଗା ସଫା ଅବା ବାସନ ମାଜିବାବେଳେ ବ୍ୟବହାର କରାଯାଉଥିବା ସାବୁନ୍‌ରୁ ଫେଣ ବାହାରୁଥିବା ଦେଖିଥିବେ। ସାବୁନ ଯେଉଁ ରଙ୍ଗର ହେଉ...

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କେନ୍ଦୁଝର,୨୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ବ୍ଲକ ଅଧୀନ ନରଣପୁରରେ ଥିବା ସାହୁ ଜୁଏଲାରୀ ମାଲିକ ଦୀପକ ସାହୁଙ୍କୁ ଆକ୍ରମଣ କରି ୫ ଲକ୍ଷରୁ...

ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଭାରତର ଶକ୍ତି ବୃଦ୍ଧି: ଫ୍ରାନ୍ସ ଦେଲା ୨୬ ଯୁଦ୍ଧ ବିମାନ

ନୂଆଦିଳ୍ଲୀ,୨୮।୪: ଗୋଟିଏ ପଟେ, ଭାରତ ପହଲଗାମ ଆକ୍ରମଣର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି। ଏହା ସହିତ, ଭାରତ ଏହାର ପ୍ରତିରକ୍ଷା ଶକ୍ତି ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image