Categories: ଜାତୀୟ

ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା

ମୁମ୍ବାଇ,୧୭।୭-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ମୁମ୍ବାଇଲସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ କ୍ୱାରାଣ୍ଟାଇନରେ ରହିଥିଲେ। ତେବେ ଶୁକ୍ରବାର ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ ଖୋଦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନିଜ ଟୁଇଟର ହ୍ୟାଣ୍ଡେଲରେ ଘୋଷଣା କରିଥିଲେ। ଏହା ପରଠୁ ଉଭୟ ନାନାବତୀ ହସ୍ପିଟାଲରେ ମଧ୍ୟ ଚିକିତ୍ସିତ ହେଉଛନ୍ତି।

Share