କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟାଙ୍କ ଜଲଓ୍ବା

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଲଓ୍ବା ଦେଖାଇଛନ୍ତି। ୨୦ ବର୍ଷ ହେଲା ଐଶ୍ୱର୍ଯ୍ୟା ଏହି ଫିଲ୍ମ ଫେଷ୍ଟିଭାଲର ରେଡ୍‌ କାର୍ପେଟରେ ଚାଲିଆସୁଥିବାବେଳେ ଏଥର ତାଙ୍କ ସହ ଝିଅ ଆରାଧ୍ୟାଙ୍କୁ ଦେଖିବାକୁ ମିଳିଥିଲା। ଐଶ୍ୱର୍ଯ୍ୟାଙ୍କ ଡାହାଣ ହାତରେ ଆଘାତ ଲାଗିଥିବାରୁ ତାଙ୍କୁ ସହାୟତା ପାଇଁ ଆରାଧ୍ୟା ତାଙ୍କ ସହ ରହିଥିଲେ। ପାହାଚରୁ ଓହ୍ଲାଇଲା ବେଳେ ଆରାଧ୍ୟା ଆହତ ଐଶ୍ୱର୍ଯ୍ୟାଙ୍କ ହାତ ଧରି ନେଇଥିଲେ। ହାତକୁ ପ୍ଲାଷ୍ଟର କରିଥିବା ଐଶ୍ୱର୍ଯ୍ୟା ବ୍ଲାକ୍‌ ଓ ଗୋଲ୍ଡେନ୍‌ ଗାଉନ୍‌ରେ ରେଡ୍‌ କାର୍ପେଟରେ ଚାଲିଥିଲେ। ଗାଉନ୍‌ର ପଛରେ ଲମ୍ବା ଟ୍ରେଲ୍‌ ରହିଥିଲା। ଫାଲ୍ଗୁନି ଶେନ୍‌ ପିପକ୍‌ ସଂସ୍ଥା ଦ୍ୱାରା ଡିଜାଇନ ହୋଇଥିବା ଏହି ଡ୍ରେସ୍‌ରେ ଐଶ୍ୱର୍ଯ୍ୟା ବହୁତ ସୁନ୍ଦର ଦେଖାଯାଉଥିଲେ।

Share