ସ୍ବାମୀଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଏପରି କରନ୍ତି ଐଶ୍ୱର୍ଯ୍ୟା ରାୟ

ବଲିଉଡରେ ବଚ୍ଚନ ପରିବାର ପ୍ରଶଂସକଙ୍କ ପାଇଁ ସବୁବେଳେ ପ୍ରିୟ ହୋଇ ରହିଆସିଛି। ପ୍ରଶଂସକମାନେ ଏହି ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ ଝଲକ ପାଇବାକୁ ଘଣ୍ଟା ଘଣ୍ଟା ମଧ୍ୟ ଅପେକ୍ଷା କରନ୍ତି। ପାରିବାରିକ ସମ୍ପର୍କ କିପରି ପରିଚାଳିତ ହୁଏ, ବଚ୍ଚନ ପରିବାରକୁ ଏକ ଉଦାହରଣ ଭାବରେ ନିଆଯାଇପାରେ। ବଚ୍ଚନ ପରିବାରରେ ବୋହୂ ଐଶ୍ୱର୍ଯ୍ୟା ଏବଂ ଶାଶୁ ଜୟାଙ୍କ ମଧ୍ୟରେ ବନ୍ଧନ ଏତେ ଗଭୀର ଏବଂ ସ୍ବତନ୍ତ୍ର ଯେ ଉଭୟ ବଙ୍ଗଳା ଭାଷାରେ କଥାବାର୍ତ୍ତା କରନ୍ତି। ଜୟା ବଙ୍ଗଳୀ ପରିବାରରୁ ଆସିଥିବାରୁ ଏହି ଭାଷାକୁ ଭଲଭାବେ ଜାଣିଥିବାବେଳେ ଐଶ୍ୱର୍ଯ୍ୟା ରିତୁପର୍ନୋ ଘୋଷଙ୍କ ‘ଚୋଖରେ ବାଲେ’ପାଇଁ ଶୁଟିଂ କରୁଥିବା ସମୟରେ ଏହା ଶିଖିଥିଲେ। ଏକ ସାକ୍ଷାତକାରରେ ଅଭିଷେକ କହିିଛନ୍ତି ଯେ, ମା ଏବଂ ସ୍ତ୍ରୀ ତାଙ୍କ ବିରୋଧରେ ପ୍ରାୟତଃ କଥା ହୁଅନ୍ତି। ମୋତେ ସବକ ଶିଖାଇବା ପାଇଁ ଐଶ୍‌ ମୋ ମା’ଙ୍କ ସହାୟତା ନିଅନ୍ତି। ଯେତେବେଳେ ମୋ ବିରୋଧରେ ଷଡଯନ୍ତ୍ର ଚାଲେ, ସେମାନେ ବଙ୍ଗଳାରେ କଥାବାର୍ତ୍ତା ହୁଅନ୍ତି। ଫଳରେ ମୁଁ ସେ ସବୁ ବୁଝିପାରେ ନାହିଁ ବୋଲି ସେ କହିଛନ୍ତି।
ଉଭୟ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ଏବଂ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ସହିତ ତାଙ୍କ ପରିବାରର ଫଟୋ ବାଣ୍ଟନ୍ତ। ତାଙ୍କ ଝିଅ ଆରାଧ୍ୟା ମଧ୍ୟ ଅଧିକାଂଶ ସୋସିଆଲ ମିଡିଆ ପୋଷ୍ଟରେ ଦେଖାଯାଏ। ପ୍ରଶଂସକମାନେ ମଧ୍ୟ ତାଙ୍କର ଫଟୋକୁ ବହୁତ ପସନ୍ଦ କରନ୍ତି। ଅଭିଷେକ ଖୁବ ଶୀଘ୍ର ଚିତ୍ରାଙ୍ଗଦାା ସିଂଙ୍କ ସହ ‘ବବ ବିଶ୍ୱାସ’ରେ ନଜର ଆସିବେ। ଅନ୍ୟ ପଟେ ଐଶ୍ୱର୍ଯ୍ୟା ମଣିରତ୍ନମଙ୍କ ସହ ‘ପୋନିୟିନ ସେଲଭାନ’ କାର୍ଯ୍ୟ କରୁଛନ୍ତି।

Share