ମୁମ୍ବାଇ: ଯେତେବେଳେ ଖ୍ରୀଷ୍ଟମାସ କଥା ଆସେ, ସେତେବେଳେ ସମଗ୍ର ବଲିଉଡ୍ ଇଣ୍ଡଷ୍ଟ୍ରି ଏକ ଭିନ୍ନ ରଙ୍ଗରେ ରଙ୍ଗିତ ହେବା ପରି ମନେହୁଏ। ସେଲିବ୍ରିଟିମାନେ ଏହି ଉତ୍ସବକୁ ପାଳନ କରିବା ପାଇଁ ସୁଯୋଗ ହାତଛଡ଼ା କରନ୍ତି ନାହିଁ।
ଆଜି ଅର୍ଥାତ୍ ରବିବାର ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ପ୍ରଶଂସକମାନଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି। ଏହି ଫଟୋରେ ସେ ଝିଅ ଆରାଧ୍ୟାଙ୍କ ସହ ନଜର ଆସିଛନ୍ତି। ଏହି ସମୟରେ ମା’-ଝିଅ ହାତରେ ଫୁଲତୋଡ଼ା ଧରିଥିବାର ଦେଖିବାକୁ ମିଳିଛି। ମା’-ଝିଅଙ୍କ ଯୋଡ଼ି ଖୁବ୍ ସୁନ୍ଦର ଦେଖାଯାଉଛି।
ଫଟୋ ଶେୟାର କରି ଐଶ୍ୱର୍ଯ୍ୟା କ୍ୟାପଶନ ଲେଖିଛନ୍ତି,ମେରୀ ଖ୍ରୀଷ୍ଟମାସ। ଖ୍ରୀଷ୍ଟମାସରେ ପ୍ରଭୁ ସମସ୍ତଙ୍କୁ ଅନେକ ପ୍ରେମ, ସୁଖ, ଶାନ୍ତି, ଉତ୍ତମ ସ୍ବାସ୍ଥ୍ୟ ଏବଂ ଆଶୀର୍ବାଦ କରନ୍ତୁ। ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଫଟୋକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି। ସେମାନେ ମଧ୍ୟ ପୂରା ବଚ୍ଚନ ପରିବାରକୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି।