
ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ନିକଟରେ ୪୯ତମ ଜନ୍ମଦିନ ପାଳନ କରିଛନ୍ତି। ଅଭିନେତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ସବୁଠୁ ନିଆରା ଥିଲା ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ସରପ୍ରାଇଜ। ଅଭିଷେକଙ୍କ ଜନ୍ମଦିନରେ ଐଶ୍ୱର୍ଯ୍ୟା ଏକ ସ୍ବତନ୍ତ୍ର ପୋଷ୍ଟ ଶେୟାର କରି ଟ୍ରୋଲରଙ୍କୁ ଚୁପ କରିଦେଇଛନ୍ତି। ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏବେ ସେ ଏହି ପୋଷ୍ଟ ଦ୍ୱାରା ସମସ୍ତଙ୍କୁ ଚୁପ କରିଦେଇଛନ୍ତି ।
ଅଭିଷେକ ବଚ୍ଚନଙ୍କ ଜନ୍ମଦିନରେ ଐଶ୍ୱର୍ଯ୍ୟା ତାଙ୍କ ପିଲାଦିନର ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି । ଫଟୋ ଶେୟାର କରି ଐଶ୍ୱର୍ଯ୍ୟା ତାଙ୍କୁ ଭଲ ପାଇବା ଦେଇଛନ୍ତି। ଏହି ଫଟୋରେ ଅଭିଷେକ ସାଇକେଲରେ ବସିଥିବାର ନଜର ଆସିଛନ୍ତି । ଫଟୋ ଶେୟାର କରି ଐଶ୍ୱର୍ଯ୍ୟା ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା, ଏହି ଜନ୍ମଦିନ ଆପଣଙ୍କ ଜୀବନରେ ଖୁସି, ଉତ୍ତମ ସ୍ବାସ୍ଥ୍ୟ ଏବଂ ପ୍ରେମ ଆଣିଦେଉ, କେବଳ ପ୍ରେମ ନୁହେଁ ବରଂ ବହୁତ ଆଲୋକ ମଧ୍ୟ ଆଣିଦେଉ।
ଅଭିଷେକ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟାଙ୍କ ଜନ୍ମଦିନରେ କୌଣସି ପୋଷ୍ଟ ଶେୟାର କରି ନ ଥିଲେ, କିନ୍ତୁ ଐଶ୍ୱର୍ଯ୍ୟା ଏପରି କରିଥିବାରୁ ଅଭିନେତାଙ୍କୁ ଟ୍ରୋଲ କରାଯାଇଛି।
View this post on Instagram