ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ବିଦେଶ ଯାତ୍ରାରେ ଯାଇଛନ୍ତି। ସ୍ବାମୀ ଅଭିଷେକ ଏବଂ ଝିଅ ଆରାଧ୍ୟାଙ୍କ ସହ ବିଦେଶ ଯାଇ ସେ ପ୍ରଫେଶନାଲ ଆସାଇନମେଣ୍ଟ ପୂରା କରିଛନ୍ତି। ଐଶ୍ ଏବେ ଦୁବାଇରେ ଏକ୍ସପୋ ୨୦୨୦ରେ ଯୋଗ ଦେଇଛନ୍ତି। ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟାଙ୍କ ଏହି ଫଟୋ ଏବେ ଭାଇରାଲ ହେଉଛି। କାରଣ ସେ L’Oreal ପ୍ୟାରିସ ବ୍ରାଣ୍ଡ ଆମ୍ବାସଡାର ହୋଇଛନ୍ତି। ଏଥିପାଇଁ ସେ ଦୁବାଇ ଏକ୍ସପୋ ୨୦୨୦ରେ ଭାଗ ନେଇଛନ୍ତି। ତାଙ୍କୁ ମେକ୍ଅପ୍ ଦେଇଛନ୍ତି ଆଦିତ୍ୟ ଶର୍ମା। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଐଶ୍ୱର୍ଯ୍ୟାଙ୍କ ସହ ଶେୟାର କରିଛନ୍ତି।
ଐଶ୍ୱର୍ଯ୍ୟା ଏକ କଳା ରଙ୍ଗ ଡ୍ରେସ୍ ପିନ୍ଧି ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଏକ ଓଢ଼ଣୀ ପକାଇଛନ୍ତି। ଏଥିରେ ମଲ୍ଟିକଲରର ବର୍ଡର ରହିଛି। ମ୍ୟାଚିଂ ଇୟରିଂ, ଓ୍ବିଙ୍ଗ୍ ଆଇଲାଇନର, ରେଡ୍ କଲରର ଲିପ୍ଷ୍ଟିକ୍ରେ ବହୁତ ଆକର୍ଷଣୀୟା ଦେଖାଯାଉଛନ୍ତି ନୀଳନୟନା। ଫଟୋ ଶେୟାର କରି ଆଦିତ୍ୟ ଲେଖିଛନ୍ତି, ସୁନ୍ଦର ଦିନ। ସୁନ୍ଦରର ଆରମ୍ଭ। କେତେ ଗର୍ଜିୟସ୍ ଦିଶୁଛନ୍ତି।
ଦୁବାଇ ପୂର୍ବରୁ ଐଶ୍ୱର୍ଯ୍ୟା ପ୍ୟାରିସ୍ରେ ଥିଲେ। ସେହି ସମୟରେ ଐଶ୍ ଏକ ର଼୍ୟାମ୍ପ୍ ଶୋ’ରେ ଭାଗ ନେଇଥିଲେ।