ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ ୨’ରେ ଦମଦାର ଅଭିନୟ ପାଇଁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଏହି ସମାରୋହରେ ଶ୍ରେଷ୍ଠ ଅଗ୍ରଣୀ ଅଭିନେତ୍ରୀ (କ୍ରିଟିକ୍ସ) ପୁରସ୍କାର ମିଳିଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ କବିର ଖାନ୍‌ଙ୍କଠାରୁ ଐଶ୍ୱର୍ଯ୍ୟା ଏହି ଆଓ୍ବାର୍ଡ ଗ୍ରହଣ କରିଛନ୍ତି। ଆଓ୍ବାର୍ଡ ଗ୍ରହଣ କରିବା ପରେ ଐଶ୍ୱର୍ଯ୍ୟା କହିଛନ୍ତି, ତାଙ୍କ ପାଇଁ ଏହି ପୁରସ୍କାର ବହୁ ଗୁରୁତ୍ୱ ବହନ କରୁଛି। ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ ୨’ ଚଳଚ୍ଚିତ୍ର ତାଙ୍କ ହୃଦୟର ଅତି ନିକଟତର ଥିଲା। ଏଥିପାଇଁ ଫିଲ୍ମର ପୂରା ଟିମ୍‌କୁ ସେ ଧନ୍ୟବାଦ ଦେଇଛନ୍ତି। ଆଓ୍ବାର୍ଡ ଗ୍ରହଣ କରିବା ସମୟରେ ଝିଅ ଆରାଧ୍ୟା ଐଶ୍ୱର୍ଯ୍ୟାଙ୍କର ଫଟୋ ଉଠାଉଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇଭେଣ୍ଟ ସ୍ଥଳରେ ଐଶ୍ୱର୍ଯ୍ୟା ନିଜ ପ୍ରଶଂସକଙ୍କ ସହ ସେଲ୍‌ଫି ନେଉଥିବାର ମଧ୍ୟ ନଜର ଆସିଛନ୍ତି। ସୂଚନାଯୋଗ୍ୟ, ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ ୨’ରେ ଐଶ୍ୱର୍ଯ୍ୟା ନନ୍ଦିନୀ ଏବଂ ମନ୍ଦାକିନୀ ନାମରେ ୨ଟି ଚରିତ୍ରରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

ଇନ୍‌ଷ୍ଟାଗ୍ରାମ ବାୟୋ ପରିବର୍ତ୍ତନ କଲେ ଦୀପିକା, ପୋଷ୍ଟରେ ଲେଖିଲେ ଏମିତି…

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ସେପ୍ଟେମ୍ବର ୮ରେ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ଯାହା ବିଷୟରେ...

ଫିଲ୍ମ ଦୁନିଆରୁ ସନ୍ୟାସ ଘୋଷଣା କଲେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ

ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ଅଭିନେତା ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ...

ଓଡ଼ିଆ ସିନେମାର ୭ ଏଭର ଗ୍ରିନ୍‌ ଗୀତ ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ ବା ନ ଦେଖନ୍ତୁ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri