ଛାଡପତ୍ର ଆଲୋଚନା ଭିତରେ ପ୍ରଥମ ଥର ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଦେଲେ ସବୁକଥା…

ମୁମ୍ବାଇ: ବଚ୍ଚନ ପରିବାର ବଲିଉଡର ଏକ ପ୍ରତିଷ୍ଠିତ ପରିବାର ମଧ୍ୟରୁ ଅନ୍ୟତମ। ଗତ କିଛି ଦିନ ହେବ ଖବର ଆସିଛି ଯେ, ବଚ୍ଚନ ପରିବାରରେ କିଛି ଭଲ ନାହିଁ। ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ୧୫ ଦିନ ନ୍ୟୁୟର୍କରେ ଥିଲେ । ଏହି ସମୟେjର ଶୁଣିବାକୁ ମିଳିଥିଲା ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଛାଡପତ୍ର ଦେବାକୁ ଯାଉଛନ୍ତି । ଏବେ ଐଶ ଭାରତ ଫେରିଛନ୍ତି। ଭାରତକୁ ଫେରିବା ପରେ ଅଭିନେତ୍ରୀ ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି।

ଐଶ୍ୱର୍ଯ୍ୟା ୧୫ ଦିନ ପରେ ଶୁକ୍ରବାର ସକାଳେ ତାଙ୍କ ଝିଅ ଆରାଧ୍ୟାଙ୍କ ସହ ଭାରତ ଫେରିଥିଲେ। ସେ କାରରେ ବସି ନିଜ ଝିଅ ସହିତ ହସୁଥିବା ନଜର ଆସିଥିଲେ। କିଛି ଦିନ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଅଲଗା ଅଲଗା ଭାବରେ ପହଞ୍ଚିଥିଲେ। ପରେ ବଚ୍ଚନ ପରିବାରରେ ମତଭେଦ ଶୁଣିବାକୁ ମିଳିଥିଲା। ଐଶ୍ୱର୍ଯ୍ୟା ଆମେରିକା ଯିବା ପରେ ଅଭିଷେକ ବଚ୍ଚନ
X ରେ ଛାଡପତ୍ର ପୋଷ୍ଟକୁ ଲାଇକ କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ଆହୁରି ଅଧିକ ବଢିଥିଲା ।

ତେବେ ବିମାନବନ୍ଦରରେ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବହୁତ ଖୁସିରେ ଥିଲେ। ଛାଡପତ୍ର ଗୁଜବ ମଧ୍ୟରେ ଅଭିନେତ୍ରୀ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ଖୁସିରେ କଥା ହୋଇଛନ୍ତି। ସେ କହିଛନ୍ତି, ତାଙ୍କ ନିରୀହ ହସ ଏବଂ ତାଙ୍କ ଝିଅ ସହିତ କଥାବାର୍ତ୍ତା ଦେଖି ପ୍ରଶଂସକମାନେ ଖୁସି ଅଛନ୍ତି।

ଏହି ସମୟରେ ଜଣେ ପ୍ରଶଂସକ କହିଥିଲେ, ମ୍ୟାଡାମ, ଆପଣ କେମିତି ଅଛନ୍ତି? େ ଏହାର ଉତ୍ତରରେ ସେ ହସି ହସି କହିଲେ, ସବୁକିଛି ଠିକ ଅଛି, ଧନ୍ୟବାଦ। ଯେତେବେଳେ ଜଣେ ପ୍ରଶଂସକ ତାଙ୍କ ସହ ଫଟୋ ଉଠାଇବାକୁ କହିଥିଲେ, ଅଭିନେତ୍ରୀ ହସି ହସି ତାଙ୍କ ସହ ଫଟୋ ଉଠାଇଥିଲେ। ତା’ପରେ ବିମାନବନ୍ଦର କର୍ମଚାରୀଙ୍କ ସହ ସେଲଫି ନେଇଥିଲେ। ତେବେ ଐଶ୍ୱଙ୍କ ଏପରି ଆଚରଣ ଓ ଖୁସି ମିଜାଜ ଦେଖିବା ପରେ ଛାଡପତ୍ର କେବଳ ଗୁଜବ ବୋଲି ଫ୍ୟାନ୍‌ମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri