ଛାଡପତ୍ର ଗୁଜବ ଭିତରେ ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଲେ ବାପାଙ୍କ ବିନା ସହମତିରେ…

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଗୁଜବକୁ ନେଇ ଏବେ ବି ଚର୍ଚ୍ଚା ଜାରି ରହିଛି। ଇତିମଧ୍ୟରେ ଐଶଙ୍କ ଏକ ଭିଡିଓ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ଯେତେବେଳେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପରିବାର ବିନା ଅନନ୍ତ ଅମ୍ବାନୀଙ୍କ ବିବାହରେ ପହଞ୍ଚିଲେ, ସେତେବେଳେ ଛାଡପତ୍ର ଗୁଜବ ଆରମ୍ଭ ହୋଇଥିଲା। ଏବେ ଅଭିଷେକ ବଚ୍ଚନଙ୍କ ସହ ବଲିଉଡ ଅଭିନେତ୍ରୀ ନିମ୍ରତ କୌରଙ୍କ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚା ହେଉଛି, କିନ୍ତୁ ଗୁଜବକୁ ଅସ୍ବୀକାର କରିବା ପରିବର୍ତ୍ତେ ଐଶ ଓ ଅଭିଷେକ ଚୁପ ରହିଛନ୍ତି।

ତେବେ ଛାଡପତ୍ର ଚର୍ଚ୍ଚା ଭିତରେ ବର୍ତ୍ତମାନ ଐଶ୍ୱର୍ଯ୍ୟା ରାୟଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଅଭିଷେକ ବଚ୍ଚନଙ୍କ ସହ ତାଙ୍କ ବିବାହ ବିଷୟରେ କହୁଥିବାର ନଜର ଆସୁଛନ୍ତି।

ଐଶ୍ୱର୍ଯ୍ୟା-ଅଭିଷେକ ୨୦୦୭ ଏପ୍ରିଲ ୨୦ରେ ବିବାହ କରିଥିଲେ। ଯାହା ଗଣମାଧ୍ୟମର ସର୍ବାଧିକ ଧ୍ୟାନ ଆକର୍ଷଣ କରିଥିଲା। ତେବେ ଖୁବ କମ ଲୋକ ଏହି ଦମ୍ପତିଙ୍କ ‘ରୋକା’ ସମାରୋହର କାହାଣୀ ଜାଣିଛନ୍ତି। ଏକ ଥ୍ରୋବ୍ୟାକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା ରାୟ ପ୍ରକାଶ କରିଥିଲେ ଯେ, ଅଭିଷେକ ବଚ୍ଚନ ତାଙ୍କୁ ବିବାହ ପ୍ରସ୍ତାବ ଦେବା ପରେ ତାଙ୍କର କିପରି ରୋକା କରାଯାଇଥିଲା। ଐଶ୍ୱର୍ଯ୍ୟା କହିଛନ୍ତି ଯେ, ରୋକା ସମାରୋହ ହଠାତ୍‌ ଏବଂ ତାଙ୍କ ବାପାାଙ୍କ ବିନା ସହମତିରେ ହୋଇଥିଲା। ସେ ସହର ବାହାରେ ଥିଲେ, ତେଣୁ ବଚ୍ଚନ ପରିବାର ଏହି ଉତ୍ସବ ପାଇଁ ତାଙ୍କ ଘରକୁ ଆସିଥିଲେ। ସେ କହିଥିଲେ, ‘ମୁଁ ଜାଣି ନଥିଲି ଯେ, ରୋକା ଭଳି ଜିନିଷ ଅଛି। ଆମେ ଦକ୍ଷିଣ ଭାରତୀୟ, ତେଣୁ ମୁଁ ଜାଣେ ନାହିଁ ରୋକା କଣ ଏବଂ ହଠାତ ତାଙ୍କ ଘରୁ ଆମ ଘରକୁ କଲ ଆସିଲା – ଆମେ ଆସୁଛୁ। ଏହି କଥା ଶୁଣି ଐଶ୍ୱର୍ଯ୍ୟା ହଠାତ କିଛି ସମୟ ଚୁପ ହୋଇଯାଇଥିଲେ। ମୁଁ ଭାବିଲି ହେ ଭଗବାନ, କଣ ହେଉଛି…ଭିଡିଓରେ ଏପରି କହିଛନ୍ତି ଐଶ।

ଏହି କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଐଶ। କାରଣ ସେହି ସମୟରେ ତାଙ୍କ ବାପା କୃଷ୍ଣରାଜ ରାୟ ସହରରେ ଉପସ୍ଥିତ ନ ଥିଲେ। ସାଧାରଣତଃ, ଉଭୟ ବାପାମାଆ ଏହିପରି ଗୁରୁତ୍ୱପୂର୍ଣ୍ଣ ସମାରୋହରେ ଉପସ୍ଥିତ ଥାଆନ୍ତି, କିନ୍ତୁ ଐଶ୍ୱର୍ଯ୍ୟାଙ୍କ ବାପାଙ୍କୁ ଫୋନ ମାଧ୍ୟମରେ ତାଙ୍କ ଏହି ସମାରୋହରେ ଉପସ୍ଥିତ ରହିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାନ୍‌ ହେବ ପୁଷ୍ପା-୨! ରିଲିଜ୍‌ ପୂର୍ବରୁ ବିବାଦରେ ଛନ୍ଦି ହେଲା ଅଲ୍ଲୁଙ୍କ ଫିଲ୍ମ

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା: ଦ ରୁଲ’ ରିଲିଜ୍‌ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି। ଫିଲ୍ମର ଦର୍ଶକ ଦୀର୍ଘ...

ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା

ଭୁବନେଶ୍ୱର,୨୨।୧୧: ଥମୁନି ଅଭିନେତାଙ୍କ କଳି। ଡିସିପି ଅଫିସ ଆଗରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍‌...

ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଚହଲଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୧: କ୍ରିକେଟର୍‌ ୟୁଜଭେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ...

ଛାଡପତ୍ର ପରେ ପ୍ରଥମଥର ଏମିତି ପୋଷ୍ଟ କରି ଖୁସିବ୍ୟକ୍ତ କଲେ ଏ.ଆର ରେହମାନ

ମୁମ୍ବାଇ, ୨୨।୧୧: ବିବାହର ୨୯ ବର୍ଷ ପରେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏ.ଆର୍‌. ରେହମାନଙ୍କଠାରୁ ତାଙ୍କ ସ୍ତ୍ରୀ ସାଇରା ଅଲଗା ହୋଇଛନ୍ତି। ଅଲଗା ହେବା ପରେ...

ସ୍ବରକୁ ବଢ଼ାଏ ସଙ୍ଗୀତ: ରୁମିତ୍‌ ଓ୍ବାଲିଆ

ଭାରତର ଲୋକପ୍ରିୟ ଏବଂ ପରିବେଶ ସଚେତନଧର୍ମୀ ବ୍ୟାଣ୍ଡ ମଧ୍ୟରେ ‘ବିରାହ’ ଅନ୍ୟତମ। ଏହି ବ୍ୟାଣ୍ଡର ନିଜସ୍ବ ପରିବେଷଣ ଶୈଳୀ ସାରା ଦେଶରେ ସଙ୍ଗୀତପ୍ରେମୀଙ୍କୁ ଅନେକ ବର୍ଷ...

ରଶ୍ମିକାଙ୍କୁ ଡେଟ୍‌ କରୁଛନ୍ତି କି ଦେବରକୋଣ୍ଡା? ଶେଷରେ ସବୁ ଖୋଲି କହିଦେଲେ

ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଓ ଫିଲ୍ମ ନିର୍ମାତା ଭାବେ ବିଜୟ ଦେବରକୋଣ୍ଡା ଜଣାଶୁଣା। ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ତାଙ୍କ...

ମୋହିନୀ ଦେ କିଏ? ଯାହାଙ୍କ ପାଇଁ ହେଲା ଆର୍‌ ରେହମାନଙ୍କ ଛାଡପତ୍ର! ଓକିଲ କଲେ ବଡ଼ ଖୁଲାସା

ମୁମ୍ବାଇ: ଭେଟେରାନ ମ୍ୟୁଜିକ କମ୍ପୋଜର ଏ.ଆର୍‌ ରେହମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହର ୨୯ ବର୍ଷ ପରେ ସେ ତାଙ୍କ ପତ୍ନୀ...

‘ରାଜନୀତିରେ ଏଣ୍ଟ୍ରି କଲେ ମୋତେ ଗୁଳି କରିଦେବେ’, ଏପରି ସାଂଘାତିକ କଥା କାହିଁକି କହିଲେ ରବିନା ଟଣ୍ଡନ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ସୁନ୍ଦରୀ ରବିନା ଟଣ୍ଡନ । ନିକଟରେ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କାହିଁକି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri