ଟିଭିର ଲୋକପ୍ରିୟ ରିଅଲିଟି ଗେମ ଶୋ ‘କୌନ ବନେଗା କରୋଡପତି’ର ୧୩ ତମ ସିଜନ ଆରମ୍ଭ ହୋଇଛି। ଏହି ଶୋ ସହିତ ଅମିତାଭ ବଚ୍ଚନ ଟିଭିରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅମିତାଭ ବଚ୍ଚନ ଏହି ଶୋ ସହିତ ଜଡିତ ଅଛନ୍ତି। ୨୦୧୯ ମସିହାରେ ଶୋ’ର ଏକ ସାକ୍ଷାତକାରରେ ଅମିତାଭ ବଚ୍ଚନ ପ୍ରକାଶ କରିଥିଲେ ଯେ, ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଶ୍ୱେତା ବଚ୍ଚନ ନନ୍ଦା କେବିସି ଘରେ ଦେଖନ୍ତି। ମୋ ପରିବାରର ସମସ୍ତେ କେବିସି ଦେଖନ୍ତି। ଜୟା ସମସ୍ତ କାମ ଛାଡି ଏହି ଶୋ ଦେଖନ୍ତି । ବେଳେବେଳେ ଶ୍ୱେତା ଏବଂ ଐଶ୍ୱର୍ଯ୍ୟା ଘରେ ବସି କୁଇଜ ଖେଳନ୍ତି। ଐଶ୍ଚର୍ଯ୍ୟା ଏବଂ ମୁଁ ମଧ୍ୟ କେବିସି ଗେମ୍ ଘରେ ଖେଳୁ ବୋଲି ସେ କହିଥିଲେ। ପୂର୍ବରୁ ମଧ୍ୟ ଏକ ସାକ୍ଷାତକାରରେ ଐଶ୍ଚର୍ଯ୍ୟା କେବିସିରେ ଅଭିତାଭଙ୍କ ହୋଷ୍ଟି ଶୈଳୀsକୁ ଖୁବ୍ ପସନ୍ଦ କରିଥିଲେ।