ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର କନଫର୍ମ! ବଡ଼ ସଙ୍କେତ ଦେଲେ ଅମିତାଭ ବଚ୍ଚନ, ଯାହାକୁ ନେଇ…

ମୁମ୍ବାଇ: ଦୀର୍ଘ ଦିନ ଧରି ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ଏହି ଖବର ଉପରେ ଦମ୍ପତି କିମ୍ବା ସେମାନଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ବର୍ତ୍ତମାନ ଅମିତାଭ ବଚ୍ଚନ ଏପରି କିଛି କରିଛନ୍ତି ଯାହାକୁ ନେଇ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଖବର ନିଶ୍ଚିତ ହୋଇଯାଇଛି।

ଅମିତାଭ ବଚ୍ଚନଙ୍କୁ କୌନ ବାନେଗା କରୋଡପତି ୧୬ର ହୋଷ୍ଟ କରୁଥିବା ଦେଖିବାକୁ ମିଳୁଛି। ସେ ତାଙ୍କର ଜନ୍ମଦିନ ୧୧ ଅକ୍ଟୋବରରେ ପାଳିଥିଲେ। ଏହି ଖାସ୍‌ ଦିନ କୌନ ବାନେଗା କରୋଡପତି ମଞ୍ଚରେ ପାଳନ କରିଥିଲେ। ଏହି ସମୟରେ ଏକ ଭିଡିଓ ଚଲାଯାଇଥିଲା ଯେଉଁଥିରେ ଅମିତାଭ ବଚ୍ଚନଙ୍କ ପରିବାର ତାଙ୍କୁ ଏକ ବିଶେଷ ବାର୍ତ୍ତା ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ଏହି ଭିଡିଓରେ ଅମିତାଭ ବଚ୍ଚନଙ୍କ ପୁରା ପରିବାରର ଶୁଭେଚ୍ଛା ଅନ୍ତର୍ଭୁକ୍ତ ଥିଲା । ଏପରିକି ପତ୍ନୀ ଜୟା ବଚ୍ଚନ, ଝିଅ ଶ୍ୱେତା ନନ୍ଦା ବଚ୍ଚନ, ନାତି ଅଗସ୍ତ୍ୟ ନନ୍ଦା ଏବଂ ନାତୁଣୀ ନବ୍ୟା ନନ୍ଦା ନାଭେଲି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ବିଗ ବିଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ କିଛି ଚିତ୍ର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଥିଲା । କିନ୍ତୁ ଐଶ୍ୱର୍ଯ୍ୟା ରାୟଙ୍କୁ ଆଉ କେଉଁଠାରେ ଦେଖିବାକୁ ମିଳି ନ ଥିଲା। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଦାବି କରୁଛନ୍ତି ଯେ ଏହା ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଛାଡପତ୍ର ହେବାର ଏକ ସୂଚକ। କହୁରଖୁଛୁ ଯେ, ଐଶ୍ୱର୍ଯ୍ୟା ରାୟ ୧୧ ଅକ୍ଟୋବର ବିଳମ୍ବିତ ରାତିରେ ଅମିତାଭ ବଚ୍ଚନଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

Share