ଜୟା, ଐଶ୍ୱର୍ଯ୍ୟାଙ୍କ ଆଣ୍ଟିଜେନ୍‌ ଟେଷ୍ଟ ଆସିଲା ନେଗେଟିଭ, ସ୍ବାବ ଟେଷ୍ଟ ରିପୋର୍ଟକୁ ଅପେକ୍ଷା

ମୁମ୍ବାଇ,୧୨।୭: କରୋନା ମହାମାରୀ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନାରେ ପୀଡ଼ିତ ହେବା ଏବେ ଆହୁରି ଚିନ୍ତା ବଢାଇ ଦେଇଛି। ଦେଶବାସୀଙ୍କୁ କରୋନା ସଚେତନତାର ମନ୍ତ୍ର ଦେଉଥିବା ଅମିତାଭ ନିଜେ କରୋନାରେ ପୀଡ଼ିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶନିବାର ରାତିରେ ଉଭୟ ଅମିତାଭ ଓ ଅଭିଷେକଙ୍କ ରିପୋର୍ଟ ଆସିବା ପରେ ଉଭୟ କରୋନା ପୀଡ଼ିତ ବୋଲି ଜଣାପଡିଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘରର ମୁଖିଆ କରୋନାରେ ପୀଡ଼ିତ ହୋଇଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଏଥିରେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ତେବେ ରବିବାର ସକାଳୁ ଅଭିଷେକଙ୍କ ପତ୍ନୀ ଐଶ୍ୱର୍ଯ୍ୟା ଓ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ଆଣ୍ଟିଜେନ ଟେଷ୍ଟ ନେଗେଟିଭ ଆସିଥିବା ବେଳେ ଏବେ ସ୍ବାବ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟାଙ୍କ ଆଣ୍ଟିଜେନ ଟେଷ୍ଟ ମଧ୍ୟ ନେଗେଟିଭ ଆସିଥିବା ଜଣାପଡିଛି।

Share