Advertisement

ନଣନ୍ଦ ଶ୍ୱେତାଙ୍କ ଯୋଗୁ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ସମ୍ପର୍କରେ ଫାଟ ! ଅଲଗା ହେବା ଚର୍ଚ୍ଚା ବଢ଼ିଲା…

ବମ୍ବେ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ଯାହା ଆଖିକୁ ନଜର ଆସିଥାଏ ତାହା ସତ ହୋଇ ନ ଥାଏ। ବରଂ ଯାହା ଆଖି ଆଢ଼ୁଆଳରେ ରହିଯାଏ ତାହା ଚର୍ଚ୍ଚାର ବିଷୟ ପାଲଟେ। ଆମେ କହୁଛୁ ବଲିଉଡ୍‌ ଅଭିନେତ୍ରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ। ଏବେ ସ୍ବାମୀ ତଥା ଶ୍ୱଶୁର ଘରଠାରୁ ଦୂରେଇ ଯାଇଛନ୍ତି ସେ। ଝିଅଙ୍କ ସହ ଅଲଗା ରହୁଛନ୍ତି। ନଣନ୍ଦଙ୍କ ଯୋଗୁ ଶାଶୁ ଜୟା ବଚ୍ଚନଙ୍କ ସହ ତାଙ୍କର ମନାନ୍ତର ହୋଇଥିଲା। ସେବେଠାରୁ ସମ୍ପର୍କ ସୁଧୁରିବା ପରିବର୍ତ୍ତେ ବିଗୁଡ଼ୁଥିବା ଚର୍ଚ୍ଚା ଜୋର ଧରିଛି।

କଥାଟି ଏପରି। ବିଜିନେସ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହରେ ସିନେମାଜଗତର ସମସ୍ତ ତାରକା ଯୋଗ ଦେଇଥିଲେ। ସେଥିରୁ ଗୋଟିଏ ବଚ୍ଚନ ପରିବାର ଥିଲା। ଏହି ସମୟରେ ପୁରା ପରିବାର ଏକା ସହ ଏଣ୍ଟ୍ରି ନେଇଥିଲା। ହେଲେ ସେତେବେଳେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ନଜର ଆସି ନ ଥିଲେ। ପରେ ମା’ଝିଅ ଏକାକି କ୍ୟାମେରାରେ ପୋଜ୍‌ ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ସ୍ବାମୀଙ୍କ ସହ ତାଙ୍କ ମନାନ୍ତର କଥା ଉଠିଛି। ଏହାକୁ ନେଇ ଭଳିକି ଭଳି ପ୍ରତିକ୍ରିୟା ମିଳୁଛି।

କହିରଖୁଛୁ, ବଚ୍ଚନ ପରିବାର ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ମନାନ୍ତର ଖବର ବିଷୟରେ କହିଲେ ଜୟା ବଚ୍ଚନ ଏବଂ ବିଗ୍‌ ବି ଶ୍ୱେତାଙ୍କ ନାମରେ ଏକ ବଙ୍ଗଳା କରିବାକୁ ଘୋଷଣା କରିଥିଲେ। ସେବେଠାରୁ ଶ୍ୱେତା ମା’ବାପାଙ୍କ ସହ ରହୁଛନ୍ତି। ପରିବାରରେ ମତଭେଦ ଆରମ୍ଭ ହୋଇଛି। ଏଯାବତ ଖବର ଉପରେ ମୋହର ବାଜି ନ ଥିଲେ ହେଁ ଶ୍ୱେତାଙ୍କ ପାଇଁ ଶାଶୁ-ବୋହୂଙ୍କ ସମ୍ପର୍କ ଖଟା ହୋଇଥିବା କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share