ଐଶ୍ୱର୍ଯ୍ୟା, ଝିଅ ଆରାଧ୍ୟାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୧୨।୭: ବଲିଉଡ୍‌ ନାୟିକା ତଥା ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କରୋନାରେ ପୀଡ଼ିତ ଥିବା ସୂଚନା ମିଳିଛି। କେବଳ ସେ ନୁହେଁ ତାଙ୍କ ଝିଅ ଆରାଧ୍ୟାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ରବିବାର ସକାଳେ ମୁମ୍ବାଇ ମେୟର କିଶୋରୀ ପେଡନେକର ସୂଚନା ଦେଇଥିଲେ କି ଏଶ୍ୱର୍ଯ୍ୟା ରାୟ ବଚ୍ଚନ, ଜୟା ବଚ୍ଚନ ଓ ଆରାଧ୍ୟାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ହେଲେ ଏବେ ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି କି ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ ଆସିଛି। ଦ୍ୱିତୀୟ ଥର ଟେଷ୍ଟ ପରେ ଏମାନଙ୍କ ରିପୋର୍ଟ ପଜିଟିଭ ଆସିବା ସହ ଜୟା ବଚ୍ଚନଙ୍କ ଆଣ୍ଟିଜେନ ରିପୋର୍ଟ ନେଗେଟିଭ ଆସିଛି। ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ମଧ୍ୟ କହିଛନ୍ତି ଐଶ୍ୱର୍ଯ୍ୟ ଓ ଆରାଧ୍ୟା କରୋନାରେ ପୀଡ଼ିତ ଅଛନ୍ତି। ବିଏମ୍‌ସି ପକ୍ଷରୁ ଅମିତାଭଙ୍କ ଘର ‘ଜଲସା’କୁ ସିଲ୍‌ କରାଯିବ ସହ ସାନିଟାଇଜ କରାଯିବାକୁ ଯୋଜନା ଚାଲିଛି।

Share