ସଲମାନଙ୍କ ପାଇଁ ଘର ଛାଡିଥିଲେ ଐଶ୍ୱର୍ଯ୍ୟା !

ମୁମ୍ବାଇ: ବଲିଉଡ୍ କୁଇନ୍ ଐଶ୍ୱର୍ଯ୍ୟା ରାୟ ସମସ୍ତଙ୍କର ଖୁବ୍ ପସନ୍ଦ । ନୀଳନୟନା ଭାବେ ପରିଚିତା ଏହି ନାୟିକାଙ୍କ ସୌନ୍ଦର୍ଯ୍ୟ ଅନେକଙ୍କୁ ଆକର୍ଷିତ କରେ । ବଲିଉଡ୍‌ରେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଥିବା ଐଶ୍ୱର୍ଯ୍ୟା ଏବେ କିଛିବର୍ଷ ହେବ ଫିଲ୍ମ ଦୁନିଆରୁ ଟିକେ ଦୂରରେ ରହିଛନ୍ତି । ଯେତେବେଳେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ସେତେବେଳେ ସେ ନିଜର ଅଭିନୟକୁ ନେଇ ଯେତିକି ଚର୍ଚ୍ଚାକୁ ଆସିଥିଲେ ତା’ଠାରୁ ଅଧିକ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍ ଭାଇଜାନ ସଲମାନଙ୍କ ସହ ତାଙ୍କର ଥିବା ରିଲେସନଶିପକୁ ନେଇ । ଉଭୟ ପରସ୍ପରକୁ ‘ହମ ଦିଲ ଦେ ଚୁକେ ସନମ’ ଫିଲ୍ମ ପରଠାରୁ ମନ ଦେଇ ବସିଥିଲେ । ହେଲେ ଏହି ସମ୍ପର୍କ ବେଶିଦିନ ତିଷ୍ଠି ପାରି ନ ଥିଲା । ସମାନ୍ୟ ଏକଜିଦିଆ ସଲମାନଙ୍କ କିଛି ଗୁଣ ଐଶ୍ୱର୍ଯ୍ୟାଙ୍କୁ ପସନ୍ଦ ଆସି ନ ଥିଲା । ଏମିତିକି ଦିନଥିଲା ଯେତେବେଳେ ଐଶ୍ୱର୍ଯ୍ୟା ସଲମାନଙ୍କ ପାଇଁ ନିଜ ମାତାପିତାଙ୍କଠାରୁ ଅଲଗା ହୋଇ ରହିଥିଲେ । ହେଲେ ସଲମାନଙ୍କ ରାଗ, ମାଡ, ଗାଳି ସହି ପାରି ନ ଥିଲେ ଐଶ୍ୱର୍ଯ୍ୟା । ପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ବ୍ରେକ୍ ଅପ୍ । ଆଉ ଐଶ ପରେ ବନିଯାଇଥିଲେ ବଚନ ପରିବାରର ବୋହୂ । ଅଭିଶେକ ବଚନଙ୍କୁ ବିବାହ କରି ଐଶ୍ୱର୍ଯ୍ୟା ଏବେ କନ୍ୟା ସନ୍ତାନର ଜନନୀ । ଭୁଲରେ ବି ଏହାପରେଠାରୁ କୁଆଡେ ସାମ୍ନା ସାମ୍ନି ହୋଇନାହାନ୍ତି ଐଶ୍ୱର୍ଯ୍ୟା-ସଲମାନ ।

Share