ଐଶ୍‌ଙ୍କ କଥା ରହିଲା

ବେଶ୍‌ କିଛି ବର୍ଷର ଗ୍ୟାପ୍‌ ପରେ ଐଶ୍ୱର୍ଯ୍ୟା ରାୟବଚ୍ଚନ ପୁଣି ଥରେ ବଡ଼ ପରଦାରେ ଆସୁଛନ୍ତି। ରବୀନ୍ଦ୍ର ନାଥ ଟାଗୋରଙ୍କ ପୁସ୍ତକ ‘ଥ୍ରୀ ଓ୍ବମେନ୍‌’କୁ ଆଧାର କରି ନିର୍ମିତ ହେଉଥିବା ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। ଯେତେବେଳେ ସେ ଏହାର କାହାଣୀ ଏବଂ ନିଜ ଭୂମିକା ବିଷୟରେ ଶୁଣିଲେ ସେତେବେଳେ ଏଥିରେ ଆକ୍ଟିଂ କରିବାକୁ ତାଙ୍କ ଆଶା ଆହୁରି ବଢ଼ିଯାଇଥିଲା। ପ୍ରଥମେ ଏହି ସିନେମାଟି କେବଳ ହିନ୍ଦୀ ଭାଷାରେ ନିର୍ମିତ ହୋଇଥାଆନ୍ତା। ହେଲେ ଯେତେବେଳେ ଐଶ୍ୱର୍ଯ୍ୟା ଏ କଥା ଜାଣିଲେ ସେ ଏହି ଫିଲ୍ମକୁ ଉଭୟ ହିନ୍ଦୀ ଏବଂ ଇଂଲିଶ ଭାଷାରେ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ। ଶେଷରେ ତାଙ୍କରି କଥା ରହିଲା। ସେ ଅଭିନୟ କରୁଥିବା ଫିଲ୍ମଟି ଦ୍ୱିଭାଷୀରେ ପ୍ରସ୍ତୁତ ହେବାକୁ ଯାଉଛି। ଏହାର ଟାଇଟଲ ରହିଛି ‘ଦ ଲେଟର’। କାଦମ୍ବରୀ ଦେବୀ ହେଉଛନ୍ତି ଏହାର ମୁଖ୍ୟ ଚରିତ୍ର। ତାଙ୍କ ଦ୍ୱାରା ଲିଖିତ ଏକ ଚିଠିକୁ ଆଧାର କରି କାହାଣୀ ଗତି କରୁଛି। ଏହି ଭୂମିକାରେ ଦର୍ଶକ ଐଶ୍ୱର୍ଯ୍ୟାଙ୍କୁ ଦେଖିବାକୁ ପାଇବେ। ଚିତ୍ରଟିର ନିର୍ଦ୍ଦେଶନା ଦେବେ ନବାଗତା ଇଷିତା ଗାଙ୍ଗୁଲି। ଏହି ଫିଲ୍ମର ପ୍ରାରମ୍ଭିକ କାମ ଚାଲୁ ରହିଛି।

Share