ବଲିଉଡ୍ର ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୁନ୍ଦର ଏବଂ ଦକ୍ଷ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ସେ ନିଜ କ୍ୟାରିୟରରେ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି। ବ୍ୟକ୍ତିଗତ ଜୀବନରେ ବହୁତ ସଫଳ ହୋଇଥିବା ଐଶ୍ୱର୍ଯ୍ୟା ବ୍ୟକ୍ତିଗତ ଜୀବନରେ ମଧ୍ୟ ନିଜର ଦାୟିତ୍ୱକୁ ସୂଚାରୁ ରୂପେ ତୁଲାନ୍ତି। ଐଶ୍ୱର୍ଯ୍ୟା ତାଙ୍କ ପରିବାରର ଅତି ନିକଟତର। ନିକଟରେ ସ୍ବର୍ଗତ ପିତାଙ୍କ ଜନ୍ମଦିନରେ ଇମୋଶନାଲ୍ ହୋଇପଡିଛନ୍ତି ଐଶ୍ୱର୍ଯ୍ୟା। ପିତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଅନେକ ଥ୍ରୋବ୍ୟାକ ଫଟୋ ଶେୟାର କରିଥିଲେ। ସେ ଲେଖିଛନ୍ତି, ପ୍ରିୟ ବାବା ତୁମକୁ ବହୁତ ଭଲପାଏ। ତୁମ ପରି ଦୟାଳୁ, ଯତ୍ନଶୀଳ, ଶକ୍ତିଶାଳୀ, ଉଦାର ବ୍ୟକ୍ତି କେହି ନାହାଁନ୍ତି। ଆମେ ତୁମକୁ ମନେ ପକାଉଛୁ।
ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ମଣି ରତ୍ନମଙ୍କ ନିର୍ଦ୍ଦେଶିତ ଐତିହାସିକ ଆକ୍ସନ ଡ୍ରାମା ପୋନିୟିନ ସେଲଭାନ: ୨ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ର ଏପ୍ରିଲରେ ମୁକ୍ତିଲାଭ କରିଥିଲା।