ହ୍ରିତିକ୍‌ଙ୍କ ସହ ଚୁମ୍ବନ ଦୃଶ୍ୟକୁ ନେଇ ଏହି ଅଭିନେତ୍ରୀଙ୍କୁ ମିଳିଥିଲା ନୋଟିସ୍‌, ପରେ ରଣବିରଙ୍କୁ…

ବମ୍ବେ: ପାନାମା ପେପର୍ସ ଲିକ୍‌ ମାମଲାକୁ ନେଇ ଚର୍ଚ୍ଚାରେ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ପଚରାଉଚରା କରାଯାଇଥିଲା। ତେବେ ବିଗତ ଦିନଗୁଡ଼ିକ ଦେଖିଲେ ଏହା ପ୍ରଥମ ଥର ନୁହେଁ ଯେତେବେଳେ କେଉଁ ବିବାଦରେ ଐଶ୍‌ଙ୍କ ନାମ ଉଠିଛି। ପୂର୍ବରୁ ଏକାଧିକ ଥର ସେ ବିବାଦକୁ ଆସିଛନ୍ତି। ସେଥିରୁ ଗୋଟିଏ ହେଲା ଚୁମ୍ବନ ବିବାଦ।

ଥରେ ନୁହେଁ ଅନେକ ଥର ଐଶ୍ୱର୍ଯ୍ୟା ରୋମାଣ୍ଟିକ୍‌ ଦୃଶ୍ୟକୁ ନେଇ ବିବାଦକୁ ଆସିଛନ୍ତି। ‘ଧୁମ୍‌-୨’ରେ ଐଶ୍‌ ଏବଂ ହ୍ରିତିକ୍‌ ରୋଶନଙ୍କ ମଧ୍ୟରେ ଏକ ଚୁମ୍ବନ ଦୃଶ୍ୟ ଦେଖାଯାଇଥିଲା। ଏଥିଲାଗି ଅଭିନେତ୍ରୀଙ୍କୁ ନୋଟିସ୍‌ ମିଳିଥିଲା। କାରଣ ଦର୍ଶକଙ୍କୁ ତାହା ପସନ୍ଦ ଆସି ନ ଥିଲା। ସେହିଭଳି କରନ୍‌ ଜୋହରଙ୍କ ଫିଲ୍ମ ‘ଏ ଦିଲ୍‌ ହୈ ମୁସ୍କିଲ’ରେ ସେ ତାଙ୍କଠାରୁ ଅନେକ ବର୍ଷ ସାନ ରଣବିର କପୁରଙ୍କୁ ଚୁମ୍ବନ ଦେଇଥିଲେ। ତାଙ୍କ ସହ ରୋମାନ୍ସ କରିଥିଲେ। ଏହାକୁ ନେଇ ପରିବାରଲୋକେ ତାଙ୍କ ଉପରେ ଖପ୍ପା ହୋଇଥିଲେ।

ଏହାଛଡ଼ା ଐଶ୍ୱର୍ଯ୍ୟା ସୋନମଙ୍କ ସହ କଥା କଟାକଟି ଏବଂ ବିଜ୍ଞାପନକୁ ନେଇ ବିବାଦ ଘେରକୁ ଆସିଛନ୍ତି।

Share