Advertisement

ଭୟଙ୍କର ଭାବେ ଟ୍ରୋଲ ହେଉଛନ୍ତି ନୀଳନୟନା…

ବମ୍ବେ: ଟ୍ରୋଲ ହେଉଛନ୍ତି ନୀଳନୟନା ଐଶ୍ୱର୍ଯ୍ୟା ରାୟ। ସେ ବି ନିଜର ଲୁକ୍‌ ପାଇଁ। କେହି କେହି ତାଙ୍କୁ ମୋଟି କହୁଛନ୍ତି କେହି କେହି ତାଙ୍କର ଓଠ ଏବଂ ଗାଲକୁ ନେଇ ମଜା ଉଡାଉଥିବା ଦେଖାଯାଇଛି। ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମ ‘ପୋନ୍ନିୟନ ସେଲ୍‌ବନ୍‌-୧’ର ଟ୍ରେଲର ଲଞ୍ଚ ଉତ୍ସବରେ ତାଙ୍କର ଲୁକ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଦୀର୍ଘଦିନରୁ ବଡ଼ ପରଦାରୁ ଗାଏବ ଅଛନ୍ତି ନୀଳନୟନା। ଆଗକୁ ତାଙ୍କର ବିଗ୍‌ ବଜେଟ୍‌ ଫିଲ୍ମ ପିଏସ୍‌-୧ ରିଲିଜ ହେବ। ଏହାକୁ ମଣିରତ୍ନମ୍‌ ନିର୍ଦ୍ଦେଶନା ଦେଇଛନ୍ତି। ଐଶ୍ୱର୍ଯ୍ୟାଙ୍କ ବ୍ୟତିତ ଏଥିରେ ସାଉଥ୍‌ ଷ୍ଟାର ବିକ୍ରମଙ୍କ ସମେତ ଅନେକ କଳାକାର ଅଛନ୍ତି। ଏବେ ଫିଲ୍ମର ଟ୍ରେଲର ରିଲିଜକୁ ନେଇ ବଡ଼ ଉତ୍ସବ ରଖାଯାଇଥିଲା। ଏଥିରେ ଐଶ୍‌ଙ୍କ ଲୁକ୍‌ ବହୁତ ଗର୍ଜିଅସ୍‌ ଥିଲା। ହେଲେ କିଛି ଲୋକଙ୍କୁ ତାହା ପସନ୍ଦ ଆସି ନ ଥିଲା। ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟାଙ୍କ ଫଟୋ ଭାଇରାଲ ହେବା ପରେ ତାଙ୍କୁ ଟ୍ରୋଲ କରାଯାଉଛି। ସେ ଅଧିକ ବୋଟୋକ୍ସ କରାଇଥିବା ଲୋକ ଅଭିଯୋଗ କରୁଛନ୍ତି।

ତେବେ ପିଏସ୍‌ର କାହାଣୀ କଲ୍କି କୃଷ୍ଣମୂର୍ତ୍ତୀଙ୍କ ଉପନ୍ୟାସ ଉପରେ ଆଧାରିତ। ଚୋଳ ବଂଶର ରାଜା ଚୋଳ ପ୍ରଥମଙ୍କ ଜୀବନ କାହାଣୀ ଏଥିରେ ଦେଖିବାକୁ ମିଳିବ। ଫିଲ୍ମ ସେପ୍ଟେମ୍ବର ୩୦ରେ ପରଦାକୁ ଆସିବ। ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଏବଂ ମାଲାୟାଲାମ ସହ ଅନେକ ଭାଷାରେ ଏହାକୁ ରିଲିଜ କରାଯିବ। ଦୁଇ ଭାଗରେ ଏହାକୁ ନିର୍ମାଣ କରାଯିବାର ଯୋଜନା ମଧ୍ୟ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share