ଅଭିଷେକଙ୍କ ଯୋଗୁ ଫିଲ୍ମରୁ ଦୂରେଇ ଗଲେ ଐଶ୍ୱର୍ଯ୍ୟା? ପ୍ରଶ୍ନରେ ଏଭଳି ଜବାବ ଦେଲେ ଅଭିନେତ୍ରୀ, ଯାହାକୁ ଶୁଣି ସ୍ବାମୀ ଦେଲେ…

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ସମ୍ପର୍କକୁ ନେଇ ଗତ କିଛି ମାସ ଧରି ବିଭିନ୍ନ କଳ୍ପନାଜଳ୍ପନା କରାଯାଉଥିଲା। କୁହାଯାଉଥିଲା ଯେ ଦୁହେଁ ଛାଡପତ୍ର ହେବାକୁ ଯାଉଛନ୍ତି। ଐଶ୍ୱର୍ଯ୍ୟା ତାଙ୍କ ଶାଶୁ ଜୟା ବଚ୍ଚନ ଏବଂ ନଣନ୍ଦ ଶ୍ୱେତା ବଚ୍ଚନ ନନ୍ଦାଙ୍କ ସହ ତାଙ୍କର ଆଦୌ ପଡେ ନାହିଁ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ସମୟରେ ଅଭିଷେକ ବଚ୍ଚନ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ କହିଥିଲେ ଯେ ସେ ଏବେ ବିବାହିତ। ଐଶ୍ୱର୍ଯ୍ୟା ଏବଂ ଅଭିଷେକ ୨୦୦୭ରେ ବିବାହ କରିଥିଲେ। ସେହି ସମୟରେ ଐଶ୍ୱର୍ଯ୍ୟା ତାଙ୍କ କ୍ୟାରିୟରର ଶିଖରରେ ଥିଲେ।

‘ଗୁରୁ’ ରିଲିଜ ହେବା ପରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଅଭିଷେକ-ଏଶ୍ୱର୍ଯ୍ୟା ‘ଦ ଅନଫରଗେଟବଲ୍ସ’ ନାମକ ଏକ ଟୁର୍‌ରେ ଯାଇଥିଲେ। ଅମିତାଭ ବଚ୍ଚନ ଏବଂ ପ୍ରୀତି ଜିଣ୍ଟା ମଧ୍ୟ ଏହି ଗସ୍ତରେ ଥିଲେ। ଏହି ଆନ୍ତର୍ଜାତୀୟ ଭ୍ରମଣ ସମୟରେ ଏକ ଖବରଦାତା ସମ୍ମିଳନୀରେ ଜଣେ ଖବରଦାତା ଐଶ୍ୱର୍ଯ୍ୟା ରାୟଙ୍କୁ ତାଙ୍କ କ୍ୟାରିୟର ଏବଂ ପରିବାର ସହ ଜଡିତ ଏକ ପ୍ରଶ୍ନ ପଚାରିଥିଲେ, ସେ ବିବାହ ପରେ ଫିଲ୍ମ କରିବେ କି ନାହିଁ।

ଖବରଦାତା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପଚାରିଥିଲେ, ବିବାହ ଏବଂ ସନ୍ତାନ ହେତୁ ଆମେ ଆପଣଙ୍କୁ ହରାଇବୁ ନାହିଁ ବୋଲି ଆଶା କରୁଛୁ। ଏହାର ଉତ୍ତରରେ ଐଶ୍ୱର୍ଯ୍ୟା କହିଥିଲେ, ମୁଁ ପିଲାକୁ ଅପେକ୍ଷା କରିଛି, ମୁଁ ବିବାହକୁ ଉପଭୋଗ କରୁଛି। ଏଥିରେ ନିଜକୁ ହରାଇବାର ପ୍ରଶ୍ନ ନାହିଁ। ଲୋକଙ୍କ ସହ ଅଭିଷେକ ବଚ୍ଚନ ମଧ୍ୟ ଐଶ୍ୱର୍ଯ୍ୟାଙ୍କ ଏହି ଉତ୍ତରରେ ପ୍ରଭାବିତ ହୋଇଥିଲେ। ତେବେ ଝିଅ ଆରାଧ୍ୟାଙ୍କ ଜନ୍ମ ପରେ ଐଶ୍ୱର୍ଯ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଥିଲେ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ ରହି ତାଙ୍କ ଯତ୍ନ ନେଉଛନ୍ତି। ଐଶ୍ୱର୍ଯ୍ୟାଙ୍କୁ ଶେଷ ଥର ପାଇଁ ‘ପୋନିୟିନ ସେଲଭାନ ୨’ରେ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରର ସଫଳତା ପରେ ଜଣେ ପ୍ରଶଂସକ ଅଭିଷେକ ବଚ୍ଚନଙ୍କୁ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ବର୍ତ୍ତମାନ ତାଙ୍କୁ ଅଧିକ ଚଳଚ୍ଚିତ୍ରରେ ସାଇନ୍‌ କରିବାକୁ ଦିଅନ୍ତୁ ଏବଂ ଆପଣ ଆରାଧ୍ୟାଙ୍କ ଯତ୍ନ ନିଅନ୍ତୁ।

ଅଭିଷେକ ବଚ୍ଚନ ଉପଭୋକ୍ତାଙ୍କୁ ଏକ ଉପଯୁକ୍ତ ଉତ୍ତର ଦେଇ କହିଥିଲେ, ତାଙ୍କୁ ସାଇନ କରିବାକୁ ଦିଅନ୍ତୁ ??? ସାର୍‌, ସେ କିଛି କରିବା ପାଇଁ ମୋର ଅନୁମତିର ଦରବାର ନାହିଁ। ଅଭିଷେକଙ୍କ ଏହି ଉତ୍ତର ଲୋକଙ୍କ ହୃଦୟ ଜିତିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଛାଡପତ୍ର ପରେ ପ୍ରଥମଥର ଏମିତି ପୋଷ୍ଟ କରି ଖୁସିବ୍ୟକ୍ତ କଲେ ଏ.ଆର ରେହମାନ

ମୁମ୍ବାଇ, ୨୨।୧୧: ବିବାହର ୨୯ ବର୍ଷ ପରେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏ.ଆର୍‌. ରେହମାନଙ୍କଠାରୁ ତାଙ୍କ ସ୍ତ୍ରୀ ସାଇରା ଅଲଗା ହୋଇଛନ୍ତି। ଅଲଗା ହେବା ପରେ...

ସ୍ବରକୁ ବଢ଼ାଏ ସଙ୍ଗୀତ: ରୁମିତ୍‌ ଓ୍ବାଲିଆ

ଭାରତର ଲୋକପ୍ରିୟ ଏବଂ ପରିବେଶ ସଚେତନଧର୍ମୀ ବ୍ୟାଣ୍ଡ ମଧ୍ୟରେ ‘ବିରାହ’ ଅନ୍ୟତମ। ଏହି ବ୍ୟାଣ୍ଡର ନିଜସ୍ବ ପରିବେଷଣ ଶୈଳୀ ସାରା ଦେଶରେ ସଙ୍ଗୀତପ୍ରେମୀଙ୍କୁ ଅନେକ ବର୍ଷ...

ରଶ୍ମିକାଙ୍କୁ ଡେଟ୍‌ କରୁଛନ୍ତି କି ଦେବରକୋଣ୍ଡା? ଶେଷରେ ସବୁ ଖୋଲି କହିଦେଲେ

ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଓ ଫିଲ୍ମ ନିର୍ମାତା ଭାବେ ବିଜୟ ଦେବରକୋଣ୍ଡା ଜଣାଶୁଣା। ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ତାଙ୍କ...

ମୋହିନୀ ଦେ କିଏ? ଯାହାଙ୍କ ପାଇଁ ହେଲା ଆର୍‌ ରେହମାନଙ୍କ ଛାଡପତ୍ର! ଓକିଲ କଲେ ବଡ଼ ଖୁଲାସା

ମୁମ୍ବାଇ: ଭେଟେରାନ ମ୍ୟୁଜିକ କମ୍ପୋଜର ଏ.ଆର୍‌ ରେହମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହର ୨୯ ବର୍ଷ ପରେ ସେ ତାଙ୍କ ପତ୍ନୀ...

‘ରାଜନୀତିରେ ଏଣ୍ଟ୍ରି କଲେ ମୋତେ ଗୁଳି କରିଦେବେ’, ଏପରି ସାଂଘାତିକ କଥା କାହିଁକି କହିଲେ ରବିନା ଟଣ୍ଡନ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ସୁନ୍ଦରୀ ରବିନା ଟଣ୍ଡନ । ନିକଟରେ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କାହିଁକି...

କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ୍‌ ଦେଲେ ସଲମାନ

ମୁମ୍ବାଇ,୨୦ା୧୧: ବୁଧବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ଟି ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି। ସମସ୍ତ ବଲିଉଡ୍‌ ଷ୍ଟାର୍‌ ଭୋଟ୍‌ ଦେଇ ନିଜର କର୍ତ୍ତବ୍ୟ ପାଳନ...

ଏହି ବ୍ୟକ୍ତିଙ୍କୁ ଡେଟ୍‌ କରୁଛନ୍ତି କ୍ରିତି ସାନନ୍‌, ପୋଷ୍ଟ ଶେୟାର କରି କଲେ କନଫର୍ମ!

ମୁମ୍ବାଇ: ଚର୍ଚ୍ଚାରେ ଅଛନ୍ତି ବଲିଉଡର ଚୁଲବୁଲି ଅଭିନେତ୍ରୀ କ୍ରିତି ସାନନ । ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ କ୍ରିତି ଲାଇମ ଲାଇଟରେ ଅଛନ୍ତି। ତାଙ୍କ...

ବିବାହ କରିବେ କୀର୍ତ୍ତି ସୁରେଶ

ଚେନ୍ନାଇ: ସାଉଥ୍‌ ଅଭିନେତ୍ରୀ କୀର୍ତ୍ତି ସୁରେଶ ଖୁବ୍‌ଶୀଘ୍ର ଅଭିନେତା ବରୁଣ ଧାୱନଙ୍କ ‘ବେବି ଜନ୍‌’ ଫିଲ୍ମ ସହ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ମଙ୍ଗଳବାର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri