ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ଶେଷରେ କରୋନାକୁ ହରାଇଛନ୍ତି। ହସ୍ପିଟାଲରେ ୧୦ ଦିନ ରହିବା ପରେ ଉଭୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଅଭିଷେକ ବଚ୍ଚନ ଟୁଇଟ୍କରି ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ଜୁଲାଇ ୧୧ରେ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲେ। ଏହା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାର ଦିନକ ପରେ ଅର୍ଥାତ୍ ଜୁଲାଇ ୧୨ରେ ପରିବାରର ଅନ୍ୟ ୨ ସଦସ୍ୟ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟା କରୋନା ପଜିଟିଭ ବୋଲି ଜଣାପଡ଼ିଲେ। ତେବେ ମା’ ଓ ଝିଅ ହୋମ୍ କ୍ୱାରାଣ୍ଟାଇନ୍ରେ ରହି ଚିକିତ୍ସିିତ ହେଉଥିଲେ। ପରେ ସେମାନଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଉଭୟଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି।