ଐଶ୍ୱର୍ଯ୍ୟା ରାୟଙ୍କ ଫୋନ୍‌ ଚେକ୍‌ କରନ୍ତି କି ସ୍ବାମୀ ଅଭିଷେକ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଫିଲ୍ମରେ ସେତେଟା ସକ୍ରିୟ ନ ଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥାଏ। ଶାଶୁ ଜୟା ବଚ୍ଚନଙ୍କ ତାଙ୍କ ସମ୍ପର୍କ ଭଲ ପଡେ ନାହିଁ, ସ୍ବାମୀ ଅଭିଷେକଙ୍କୁ ଖାତିର୍‌ କରନ୍ତି ନାହିଁ ଐଶ୍ୱର୍ଯ୍ୟା ଏମିତି କେତେ କ’ଣ ଗଣମାଧ୍ୟମରେ ଚର୍ଚ୍ଚା ହୁଏ। କିନ୍ତୁ ଏନେଇ ସେ ଚୁପ୍‌ ଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା କହିଛନ୍ତି ମୋ ପାଇଁ ଶାଶୁଘର କେତେ ଗୁରୁତ୍ୱପୂର୍ଣ୍ଣ ତାହା ମୁଁ ଜାଣେ। ଫେକ୍‌ ଚର୍ଚ୍ଚାକୁ ନେଇ ଚିନ୍ତିତ ବି ନୁହେଁ। ଅଭିଷେକ ଆପଣଙ୍କ ଫୋନ୍‌ ଚେକ୍‌ କରନ୍ତି କି ପ୍ରଶ୍ନରେ ଐଶ୍‌ କହିଥିଲେ ଆଦୌ ନୁହେଁ, ଆଗକୁ ମଧ୍ୟ କରିବେ ନାହିଁ। ଆମ ଦୁଇଜଣଙ୍କ ମଧ୍ୟରେ ଯଥେଷ୍ଠ ସମ୍ମାନ ଏବଂ ବୁଝାମଣା ରହିଛି ବୋଲି ଐଶ୍‌ କହିଛନ୍ତି।

Share