ଅଭିଷେକ ନୁହନ୍ତି, ଏହି ବ୍ୟକ୍ତିଙ୍କୁ ନିଜ ବାପା ଭାବିଥିଲେ ଆରାଧ୍ୟା

ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନ ଇତିମଧ୍ୟରେ ୯ ବର୍ଷର ହୋଇଯାଇଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଏହି ଅଲିଅଳି କନ୍ୟା ୧୬ ନଭେମ୍ବର, ୧୯୧୧ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତେବେ ଏକଦା ଆରାଧ୍ୟା ଅଭିନେତା ରଣବୀର କପୁରଙ୍କୁ ନିଜ ବାପା ବୋଲି ଭାବିଥିଲେ।
ଘଟଣାଟା ହେଲା, ୨୦୧୬ ମସିହାରେ ଐଶ୍ୱର୍ଯ୍ୟା ଫିଲ୍ମ ‘ଏ ଦିଲ୍‌ ହୈ ମୁସ୍କିଲ’ରେ ରଣବୀର କପୁରଙ୍କ ସହ କାମ କରୁଥିଲେ। ଏହି ଅବସରରେ ଐଶ୍‌ ଏବଂ ରଣବୀର ଏକ ମାଗାଜିନ୍‌ ପାଇଁ ଫଟୋଶୁଟ୍‌ ମଧ୍ୟ କରିଥିଲେ। ଫଟୋଶୁଟ୍‌ ସମୟରେ ରଣବୀର ଅଭିଷେକଙ୍କ ପରି ଏକ ଜ୍ୟାକେଟ୍‌ ଏବଂ ଟୋପି ପିନ୍ଧିଥିଲେ। ତେଣୁ ଆରାଧ୍ୟା ରଣବୀରଙ୍କୁ ପଛରୁ ଦେଖି ନିଜ ବାପା ବୋଲି ଭାବିଥିଲେ ଏବଂ ସେ ଦୌଡିଯାଇ ତାଙ୍କୁ କୁଣ୍ଢାଇ ପକାଇଥିଲେ। ଏକ ସାକ୍ଷାତକାରରେ ନିଜେ ଐଶ୍ୱର୍ଯ୍ୟା ଏହା କହିଥିଲେ।

Share