ଐଶ୍ୱର୍ଯ୍ୟା ଚାହୁଁ ନ ଥିଲେ ଅଭିଷେକ କରନ୍ତୁ ଏହି କାମ, ଅସୁବିଧାରେ ପଡ଼ି ନେଇଥିଲେ ନିଷ୍ପତ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କୁ ସୋନାଲି ବୋଷ୍‌ଙ୍କ ଫିଲ୍ମ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ଅଭିନୟ ପାଇଁ ଅଫର ମିଳିଥିଲା। ଏଥିରେ ତାଙ୍କ ବିପକ୍ଷରେ ନାୟିକା ଥିଲେ ପ୍ରିୟଙ୍କା ଚୋପ୍ରା। ମାତ୍ର ଐଶ୍ୱର୍ଯ୍ୟା ଚାହୁଁ ନ ଥିଲେ ଅଭିଷେକ ଏହି ଫିଲ୍ମ କରନ୍ତୁ ବୋଲି। କାରଣ ଅଭିଷେକଙ୍କୁ ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସ୍ବାମୀ ଭୂମିକାରେ ଅଭିନୟ ଅଫର ମିଳିଥିଲା। ଯାହାକୁ ଐଶ୍‌ ଆଦୌ ପସନ୍ଦ କରୁ ନ ଥିଲେ। ଐଶ୍‌ଙ୍କ କଥା ମାନି ଅଭି ଏହି ଭୂମିକାକୁ ମନା କରିଦେଇଥିଲେ।

ଐଶ୍‌ ଚାହୁଁ ନ ଥିଲେ ତାଙ୍କ ସ୍ବାମୀ କୌଣସି ଛୋଟମୋଟ ଭୂମିକାରେ ଅଭିନୟ କରନ୍ତୁ। ପରେ ଏହି ଭୂମିକାରେ ନଜର ଆସିଥିଲେ ଫରହାନ ଅଖତର। ଐଶ୍‌ ସବୁବେଳେ ଚାହାନ୍ତି ତାଙ୍କ ସ୍ବାମୀ ଫିଲ୍ମରେ ଏକ ଦମ୍‌ଦାର ଭୂମିକାରେ ଅଭିନୟ କରନ୍ତୁ। ପ୍ରିୟଙ୍କାଙ୍କ ସହ ଅଭିଙ୍କ ଏହା ପ୍ରଥମ ଫିଲ୍ମ ନୁହେଁ। ପୂର୍ବରୁ ଦୁଇଜଣ ‘ଦୋସ୍ତାନା’ ଫିଲ୍ମରେ ବି ନଜର ଆସିଥିଲେ।

Share